ମାଟ୍ରିକ କୃତି ଛାତ୍ରଛାତ୍ରୀଙ୍କ ସମ୍ୱର୍ଦ୍ଧନା ଉତ୍ସବ; ପ୍ରମେୟ ନିଉଜ୭ ପକ୍ଷରୁ ସମ୍ୱର୍ଦ୍ଧିତ ହେଲେ ୩୦ଜଣ ଛାତ୍ରଛାତ୍ରୀ

Published By : Prameya-News7 Bureau | August 19, 2022 IST

ନୀଳଗିରି ୧୮/୦୮: ବାଲେଶ୍ୱର ଜିଲ୍ଲା ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲ, ବାଲିଗୋହିରିରେ ପ୍ରମେୟ, ନିଉଜ-୭ ତରଫରୁ ନୀଳଗିରି ବ୍ଲକ ଓ ଏନଏସିର ବିଭିନ୍ନ ହାଇସ୍କୁଲର ମେଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଆରଟି ହାଇସ୍କୁଲର ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା ଓ ସମ୍ମାନ୍ନିତ ଅତିଥିଭାବେ ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ପ୍ରମେୟ ପ୍ରସାରଣ ବିଭାଗର କୈଳାସଚନ୍ଦ୍ର ମହାପାତ୍ର, ଓ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ନୀଳଗିରିର ପ୍ରମେୟ ନିଉଜ-୭ ପ୍ରତିନିଧି ବ୍ରଜକିଶୋର ପାଣି ଅତିଥି ପରିଚୟ ଦେଇଥିଲେ। ପରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ପ୍ରମେୟ ନିଉଜ-୭ର ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରିବା ସହ ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ମନୋରଞ୍ଜନ ନାୟକଙ୍କୁ କୃତଜ୍ଞତା ଦେଇଥିଲେ। ଏହି ଅବସରରେ ମାଟ୍ରିକରେ ସଫଳତା ପାଇଥିବା ୩୦ ଜଣ ଏ୧ କୃତି ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନପତ୍ର ଓ ପଦକ ଦେଇ ସମ୍ୱର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କ୍ରିଏଟିଭ ସାଇନ୍ସ ଟ୍ୟୁଟୋରିଆଲ୍‌ର ସହଯୋଗ କରିଥିଲା। ଉପସ୍ଥିତ ନୀଳଗିରି ବିଧାୟକ ଓ କ୍ରିଏଟିଭ୍‌ ସାଇନ୍ସ ଟ୍ୟୁଟୋରିଆଲ୍‌ର ମୁଖ୍ୟ ତାପସ ପରିଡ଼ା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପଦକ ଦେଇଥିଲେ।

ଏଥିରେ ଅଯୋଧ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ଣ୍ଣସା ନାୟକ (୫୫୭), ଜସ୍ମୀନ ସ (୫୪୪), ରିତିସ୍ନା ନାୟକ (୫୪୨)। ବରମପୁର ଦୀନବନ୍ଧୁ ଉଚ୍ଚ ବିଦ୍ୟାଳୟର ବ୍ଲକ ଟପ୍ପର ଦୀପ୍ତିମୟୀଶ୍ରୀ ସାହୁ (୫୭୯), ମନ୍ଦାକିନି ବେହେରା(୫୬୫), ବିଶ୍ଵଜିତ ପାତ୍ର(୫୬୩), ଚିରଞ୍ଜୀବ ସ (୫୪୮), ଭୂଦାରଚଣ୍ଡୀ ହାଇସ୍କୁଲର ସିମରନ ବିଶ୍ୱାଳ (୫୬୪), ରାଜଲକ୍ଷ୍ମୀ ବାଗ(୫୫୧), ସମୀକ୍ଷା ସାହୁ(୫୪୮), ମିତ୍ରପୁର ନୋଡାଲ ହାଇସ୍କୁଲର ପ୍ରିୟଦର୍ଶନୀ ସ୍ୱାଇଁ (୫୭୫), ଚାଚାଜି ହାଇସ୍କୁଲର ଅମିତା କର (୫୬୯), ବିଜୟଲକ୍ଷ୍ମୀ ସାହୁ (୫୫୩), ଅନୁଶ୍ରୀ ବେହେରା (୫୫୧), ଆହ୍ୱାନ କୁମାର ଜେନା(୫୫୪), ସତ୍ୟପ୍ରକାଶ ଦାସ(୫୪୪), ସ୍ପନ୍ଦନ ନାୟକ(୫୫୧), ଅମର କୁମାର ନାୟକ (୫୪୫), ଆରଟି ହାଇସ୍କୁଲର ରାଜୀବ ମହାପାତ୍ର (୫୫୭), ପରମାର୍ଥ ବେହେରା (୫୫୪), ଦେବେନ୍ଦ୍ର ଦିବ୍ୟକୁମାର ବେହେରା (୫୫୧), ଚିନ୍ମୟ ବାରିକ (୫୪୮), ମନୀସ କୁମାର ପ୍ରଧାନ (୫୪୫), ଶୁଭମଜ୍ୟୋତି ବିନ୍ଧାଣି (୫୪୨), କୈଳାଶ ଚନ୍ଦ୍ର ଉଚ୍ଚବିଦ୍ୟାଳୟର କୌଶିକ ପ୍ରଧାନ (୫୭୩), ଶ୍ୱେତାସ୍ନିଗ୍ଧା ମହାରଣା(୫୬୬), ଅଭିଜିତ ମହାପାତ୍ର (୫୬୦), କିରିଣ ଜ୍ୟୋତି ପଣ୍ଡା (୫୫୨), ଇପ୍ସିତା ମହାନ୍ତି (୫୪୮), ଲକ୍ଷ୍ୟଜିତ ମହାନ୍ତି (୫୪୦) ଅଂଶ ଗ୍ରହଣ କରି ଅତିଥିମାନଙ୍କ ଠାରୁ ପଦକ ଓ ମାନ ପତ୍ର ଗ୍ରହଣ କରିଛନ୍ତି। ପ୍ରମେୟ ନିଉଜ୭ର ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବହୁତ ଭଲ ଲାଗିଲା, ଏହି ପୁରସ୍କାର ଆମ ମନୋବଳକୁ ଆହୁରି ବଢ଼ାଇବ ବୋଲି  ମାଟ୍ରିକରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନୋ କହିଛନ୍ତି। ଶେଷରେ ପ୍ରମେୟ ନିଉଜ୍ ୭ ପ୍ରତିନିଧି ବ୍ରଜକିଶୋର ପାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.