suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଆସନ୍ତା ଜୁନ୍ ୨୨ରୁ ୨୯ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

24/05/2018 at 5:10 AM

ଆସନ୍ତା ଜୁନ୍ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୨୯ ତାରିଖରେ ପରୀକ୍ଷା ଶେଷ ହେବ । ଏଥି ପାଇଁ ଆଜିଠୁ ଅନଲାଇନରେ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ମେ ୩୧ ତାରିଖ ହେଉଛି ଫର୍ମ ଫିଲପ୍ ର ଶେଷ ତାରିଖ । ମେ ୩୧ ତାରିଖ ମଧ୍ୟରାତ୍ରି ଯାଏ ବୋର୍ଡ ୱେବସାଇଟ୍ www.bseodisha.ac.in ମାଧ୍ୟମରେ ଅନଲାଇନରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ତେବେ ଫର୍ମ ପୂରଣର ଆବଶ୍ୟକ ଦେୟ ଦାଖଲ ନିମନ୍ତେ ମେ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏ ସମୟ ଧାର୍ଯ୍ୟ ହୋଇଛି । ୨୨ରେ ପ୍ରଥମ ଭାଷା ଓଡିଆ, ୨୩ରେ ତୃତୀୟ ଭାଷା ଇଂରାଜୀ, ୨୫ରେ ହିନ୍ଦି, ୨୬ରେ ତୃତୀୟ ଭାଷା ସଂସ୍କୃତ, ୨୭ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଓ ୨୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ବୋର୍ଡ ୱେବସାଇଟରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି । ଏଥର ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ କରାଯିବାକୁ ସ୍ଥିର ହୋଇଛି ।

Leave a Reply

   Related Posts