ଫର୍ମ ପୂରଣ ସତ୍ତ୍ବେ ବି ଆସିନି ଆଡମିଟ୍ କାର୍ଡ, ପ୍ରଧାନଶିକ୍ଷକ କହିଲେ ଟେଷ୍ଟ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଉତ୍ତୀର୍ଣ୍ଣ ହୋଇନଥିଲେ

Published By : Prameya-News7 Bureau | February 19, 2020 IST

ଯାଜପୁର ୧୯।୨: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ବାରଗାଡ଼ିଆ ହିଙ୍ଗୁଳା ହାଇସ୍କୁଲରେ ୪ ଜଣ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ପାଇ ନ ଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।  ସମ୍ପୃକ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ  ସ୍କୁଲରେ କିଛି ସମୟ ପାଇଁ ତାଲା ପକାଇ ଦେଇଥିଲେ ।

{"id":226206,"sizeSlug":"large"}

ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ୩୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଟେଷ୍ଟ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ସେମାନଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇନଥିଲା । ତେବେ ସମ୍ପୃକ୍ତ ପରୀକ୍ଷର୍ଥୀମାନେ ଫର୍ମ ପୂରଣ କରିଥିବା ବେଳେ, କାହିଁକି ସେମାନଙ୍କ ଆଡମିଟ୍ କାର୍ଡ ଆସିନାହିଁ ବୋଲି ପ୍ରଶ୍ନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.