Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପାଚେରୀରେ ପିଟିହେଲା ଅଟୋ : ବୃଦ୍ଧ ଗୁରୁତର, ୩ ମାଟ୍ରିକ୍ ପରୀକ୍ଷାର୍ଥୀ ଆହତ

18/03/2023 at 11:53 AM

ଜଳେଶ୍ବର ୧୮।୩: ଭାରସାମ୍ୟ ହରାଇ ପାଚେରୀରେ ପିଟି ହେଲା ଅଟୋ । ଜଣେ ବୃଦ୍ଧାଙ୍କୁ ରକ୍ଷା କରିବାକୁ ଯାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ୩ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସହ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଘାଟ-ଜଳେଶ୍ବର ରାସ୍ତାରେ ଜଣେ ବୃଦ୍ଧାଙ୍କୁ ରକ୍ଷା କରିବାକୁ ଯାଇ ରାସ୍ତା କଡ ପାଚେରୀରେ ପିଟିହେଲା ଅଟୋ । ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ବୋଝେଇ ଯାତ୍ରୀବାହୀ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଟୋରେ ଥିବା ୩ ଜଣ ଛାତ୍ରୀ ଆହତ ହୋଇଥିବା ବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ବର ଜି.କେ. ଭଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ରୀମାନେ ଜଳେଶ୍ବର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବୋଲି ଜଣାପଡିଛି ।

   Related Posts