ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ମାଟ୍ରିକ ରେଜଲ୍ଟ : ଜଗତସିଂପୁରରୁ ସର୍ବାଧିକ ଉତ୍ତୀର୍ଣ୍ଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ପାସ୍ ହାର

25/06/2021 at 7:25 PM

ଭୁବନେଶ୍ବର ୨୫/ ୦୬ : ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମହାମାରୀ କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି।  କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ରେଜଲ୍ଟ ଘୋଷଣା କରିଥିବା ବେଳେ ସନ୍ଧ୍ୟା ୬ଟା ପରଠାରୁ ଓ୍ବେବସାଇଟ୍‌ରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳାଫଳ । ଚଳିତ ବର୍ଷ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲରେ ରେଜଲ୍ଟ ଶୂନ୍ୟ ହୋଇ ନାହିଁ। ଏକ୍ସରେଗୁଲାରରେ ୫୩,୨୭୯ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୪୭,୦୬୦ ପାସ୍ ହୋଇଛନ୍ତି। ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଥିବା ବେଳେ ୭୭୦୩ ଛାତ୍ର-ଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ୪୪୧୨ ପିଲା ଅନୁପସ୍ଥିତ ଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ଏ୧ ଗ୍ରେଡ୍ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୬୫୬ । ଏ୨ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୨,୧୩୧ ରହିଥିବା ବେଳେ ବି୧ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୫୨,୧୯୯ ରହିଛି। ସେହିପରି ବି୨ ଗ୍ରେଡରେ ଅଛନ୍ତି ୯୪,୪୭୫ ଛାତ୍ର-ଛାତ୍ରୀ।

ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳ ।  bseodisha.in ଓ bseodisha.nic.inରେ ଓ୍ବେବସାଇଟ ମାଧ୍ୟମରେ ପରୀକ୍ଷା ଫଳାଫଳ ଜାଣିପାରିବେ । ଅନ୍ୟପଟେ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ପାଇପାରିବେ । ଏଥିପାଇଁ OR01 <Space> Roll No ଲେଖି 5676750କୁ SMS ପଠାଇବାକୁ ହେବ ।

   Related Posts