Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭ତାରିଖ,ସୋମବାର ସକାଳ ୯ଟା ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

4/05/2018 at 12:24 PM

ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସୋମବାର ସକାଳ ୯ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ୍ ଆରା ବେଗମ୍ ଏହି ସୂଚନା ଦେଇଛନ୍ତି । ଦିନ ୧୨ଟାରୁ ବୋର୍ଡ ୱେବସାଇଟ୍ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । www.bseodisha.ac.in ଏବଂ www.bseodisha.nic.in ୱେବସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ ପରୀକ୍ଷାର୍ଥୀ । ମୋବାଇଲରେ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଅପରାହ୍ନ ୨ଟାରୁ ୱେବସାଇଟରେ ଉପଲବ୍ଧ ହେବ OMR ସିଟ୍ । ସୋମବାରଠାରୁ ୭ଦିନ ପର୍ଯ୍ୟନ୍ତ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ପରୀକ୍ଷା ଫଳ ଜନିତ ସମସ୍ୟା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ କଣ୍ଟ୍ରୋଲ ରୁମ୍ ସହ ଯୋଗଯୋଗ କରିପାରିବେ ।
ଚଳିତ ବର୍ଷ ମୋଟ ୫ ଲକ୍ଷ ୯୦ ହଜାର ୩୬୩ ଛାତ୍ରଛାତ୍ରୀ ରାଜ୍ୟର ୨ହଜାର ୮୧୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଫେବୁଆରୀ ୨୩ରୁ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୦ତାରିଖରୁ ୧୨ଦିନ ଧରି ପରୀକ୍ଷା ଖାତା ଦେଖା ମୂଲ୍ୟାୟନ ହୋଇଥିଲା । ରାଜ୍ୟର ୫୭ଟି କେନ୍ଦ୍ରରେ ୧୩ହଜାରରୁ ଅଧିକ ଶିକ୍ଷକ ମୂଲ୍ୟାୟନ କରିଥିଲେ । ଏପ୍ରିଲ ୨ତାରିଖରେ ସରିଥିଲା ମୂଲ୍ୟାୟନ କ୍ୟାରିଅରର ପ୍ରଥମ ପାହାଚ ମାଟ୍ରିକ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଜୀବନରେ ମାଟ୍ରିକ ପରୀକ୍ଷା ଅତି ଗୁରୁତ୍ବପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ଅପେକ୍ଷା ରହିଛି ପରୀକ୍ଷା ଫଳକୁ । ପରୀକ୍ଷା ଫଳ ପାଇଁ ସ୍କୁଲ ମଧ୍ୟ ସେମାନଙ୍କ ସ୍ତରରେ ପ୍ରସ୍ତୁତି କରିଛନ୍ତି ।

Leave a Reply

   Related Posts