୨୦ରୁ ମାଟ୍ରିକ ପରୀକ୍ଷା, ୭ ଜିଲ୍ଲାକୁ କଡ଼ା ସୁରକ୍ଷାରେ ଗଲା ପ୍ରଶ୍ନପତ୍ର

Published By : Prameya-News7 Bureau | February 13, 2024 IST

କଟକ ୧୩।୦୨ : ଆସନ୍ତା ୨୦ ତାରିଖରୁ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏଥିଲାଗି ସୋମବାରଠାରୁ  ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲ୍ଲାକୁ ପଠାଯାଇଛି। କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି,  ରାୟଗଡ଼ା, କୋରାପୁଟ, ନୂଆପଡ଼ା  ଏବଂ ବରଗଡ଼ ଜିଲ୍ଲାକୁ ଏହି ପ୍ରଶ୍ନପତ୍ର  ପଠାଯାଇଛି।

wp:embed {"url":"https://www.prameyanews7.com/annual-high-school-certificate-examination-from-20th-february-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/annual-high-school-certificate-examination-from-20th-february-2024/
/wp:embed

ବୋର୍ଡ ସଭାପତି ଶ୍ରୀକାନ୍ତ  ତରାଇ, ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବୋର୍ଡ  ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ପ୍ରଶ୍ନପତ୍ରଗୁଡ଼ିକୁ ଟ୍ରକ୍‌ରେ କଡ଼ା ସୁରକ୍ଷା ବଳୟରେ ପଠାଯାଇଛି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପୁଲିସ୍‌ ଟିମ୍‌  ସହ ବୋର୍ଡ କର୍ମଚାରୀମାନେ ରହିଛନ୍ତି । 

ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭ଟି ଯାକ ଜିଲ୍ଲାର ନୋଡାଲ୍‌ ସେଣ୍ଟରଗୁଡ଼ିକରେ  ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ  ସୂତ୍ରରୁ ସୂଚନା ମିଳିଛି । ନୋଡାଲ୍‌ ସେଣ୍ଟରରେ ସୁପରିଟେଣ୍ଡେଣ୍ଟ୍‌ମାନେ  ପର୍ଯ୍ୟବେକ୍ଷକ ଓ ପୁଲିସ୍‌ ଉପସ୍ଥିତିରେ  ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକୁ ଗ୍ରହଣ  କରିବେ । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଅଛି କି ନାହିଁ ତାହା ଜିଲ୍ଲା ଶିକ୍ଷାଧିକାରୀମାନେ ତଦାରଖ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ।  ତେବେ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ନୋଡାଲ୍‌ ସେଣ୍ଟରରେ  ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ  କୁହାଯାଇଛି ।

wp:embed {"url":"https://www.prameyanews7.com/rakul-preet-singh-and-jackky-bhagnani-will-have-an-eco-friendly-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rakul-preet-singh-and-jackky-bhagnani-will-have-an-eco-friendly-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.