ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା

Published By : Prameya-News7 Bureau | March 17, 2020 IST

କଟକ ।୩: ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା । ଆସନ୍ତାକାଲି ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଯୋଗଦେବେ । ରାଜ୍ୟର ପ୍ରାୟ ୧୫ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖାତା ଦେଖିବେ । ମାଟ୍ରିକ୍ ଖାତାଦେଖା ପାଇଁ ଏଥର ୬୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ତେବେ କରୋନା ସଂକ୍ରମଣ ରୋକିବା ଲାଗି ସରକାରୀ ସ୍ତରରେ ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଛି, ମାଟ୍ରିକ୍ ଖାତା ଦେଖାବେଳେ ତାହା ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବ ।

ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମଶିଷ ହାଜର ଏ ନେଇ ସୂଚନା ଦେଇଛନ୍ତି । ମୂଲ୍ୟାୟନ କେନ୍ଦ୍ରକୁ ୩ ଟି ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରବେଶ କରିବେ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଟେବୁଲଠାରୁ ଟେବୁଲ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରଖାଯିବ । ତେବେ ନିର୍ଦ୍ଧାରିତ ସମୟରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.