ମଥୁରା କୃଷ୍ଣ ଜନ୍ମଭୂମି ବିବାଦ: ଆବେଦନ ଖାରଜ କଲେ କୋର୍ଟ, କହିଲେ- ମନ୍ଦିର-ଇଦଗାହ ସ୍ଥାନରେ ହେବନି କୌଣସି ପରିବର୍ତ୍ତନ

Published By : Prameya-News7 Bureau | September 30, 2020 IST

ମଥୁରା ୩୦।୦୯: କୃଷ୍ଣ  ଜନ୍ମଭୂମି-ଇଦଗାହ ମାମଲାରେ ମଥୁରାର ସିଭିଲ କୋର୍ଟ ଆବେଦନ ଖାରଜ କରିଛନ୍ତି। କୋର୍ଟ ଯାଚିକା ଖାରଜ କରି କହିଛନ୍ତି ମନ୍ଦିର-ଇଦଗାହର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆବେଦନରେ ମନ୍ଦିର ନିକଟରେ ନିର୍ମିତ ଇଦଗାହ ହଟାଇବାକୁ ଦାବି କରାଯାଇଥିଲା। ଅଦାଲତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମଥୁରା ସିଭିଲ ଜଜ ସିନିୟର ଡିଭିଜନରେ ହରିଶଙ୍କର ଜୈନ, ବିଷ୍ଣୁ  ଜୈନ ଓ ରଞ୍ଜନା ଅଗ୍ନିହୋତ୍ରୀ କୃଷ୍ଣ ଜନ୍ମଭୂମି-ଇଦଗାହ ମାମଲାରେ ଯାଚିକା ଦାଖଲ କରିଥିଲେ।

ଶ୍ରୀକୃଷ୍ଣ ବିରାଜମାନ, ସ୍ଥାନ ଶ୍ରୀକୃଷ୍ଣ ଜନ୍ମଭୂମି ଓ ଅନେକ ଲୋକଙ୍କ ତରଫରୁ ଦାବି କରାଯାଇଥିଲା ଯେ, ୧୯୬୮ରେ ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା  ସଂଘ ଏବଂ ଶାହି ଇଦଗାହ ମସଜିଦ ମଧ୍ୟରେ ଜମିକୁ ନେଇ ରାଜିନାମା ହୋଇଥିଲା। ଏଥିରେ ସ୍ଥିର ହୋଇଥିଲା ଯେ, ମସଜିଦ ଯେତେ ଜମିରେ ନିର୍ମିତ ହୋଇଛି ଜମି ସେହି ପରିଧିରେ ରହିବ। ଯଦି ଅଦାଲତ ଆବେଦନ ସ୍ଵୀକାର କରିଥାନ୍ତେ ତେବେ ଏଥିରେ ସମ୍ବନ୍ଧିତ ସମସ୍ତ ପକ୍ଷଙ୍କୁ ସମନ ଜାରି କରି ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା।

କିଏ ଦାଖଲ କରିଥିଲେ ଆବେଦନ

{"id":336721,"sizeSlug":"large"}

ସୁପ୍ରିମକୋର୍ଟର ଅଧିବକ୍ତା ହରିଶଙ୍କର ଜୈନ ଓ ବିଷ୍ଣ ଶଙ୍କର ଜୈନ ମଥୁରାର ବରିଷ୍ଠ ଜଜ ଛାୟା ଶର୍ମାଙ୍କ ଅଦାଲତରେ ଆବେଦନ ଦାଖଲ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଦାଖଲ ଏହି ଯାଚିକାରେ ନ୍ୟାୟାଳୟଠୁ ୧୩.୩୭ ଏକର ଜନ୍ମଭୂମିର ମାଲିକାନା ହକ୍‌ ଦାବି କରାଯାଇଥିଲା। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥା ଓ ଶାହି ଇଦଗାହ ପ୍ରବନ୍ଧ ସମିତି ମଧ୍ୟରେ ପାଞ୍ଚ ଦଶନ୍ଧି ପୂର୍ବେ ହୋଇଥିବା ରାଜିନାମାକୁ ଅବୈଧ ଦର୍ଶାଇ ଏହାକୁ ନିରସ୍ତ୍ର କରିବା ଏବଂ ମସଜିଦକୁ ହଟାଇ ପୂରା ଜମି ମନ୍ଦିରର ଟ୍ରଷ୍ଟକୁ ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଲକ୍ଷ୍ନୌର ବାସିନ୍ଦା ରଞ୍ଜନା ଅଗ୍ନିହୋତ୍ରୀ ଓ ଅନ୍ୟ ଲୋକ ମିଶି ମଥୁରାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ପରିସରରେ ନିର୍ମିତ ଶାହି ଇଦଗାହ ମସଜିଦକୁ ଜମି ଦେବା ନିଷ୍ପତ୍ତିକୁ ଭୁଲ ଦର୍ଶାଇ ସିଭିଲ ଜଜ ବରିଷ୍ଠ ଡିଭିଜନ ଛାୟା ଶର୍ମାଙ୍କ କୋର୍ଟରେ ଦାବି ଉପସ୍ଥାପନ କରିଥିଲେ।

ଅଧିବକ୍ତାଙ୍କ ଦ୍ଵାରା ଶୁକ୍ରବାର ମଥୁରା ଅଦାଲତରେ ଦାଖଲ ଯାଚିକାରେ କୁହାଯାଇଥିଲା ଯେ, ୧୯୬୮ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥା ଓ ଶାହି ଇଦଗାହ ପ୍ରବନ୍ଧ ସମିତି ମଧ୍ୟରେ ହୋଇଥିବା ରାଜିନାମା ସଂପୂର୍ଣ୍ଣ ଭୁଲ ଏବଂ ଏହା ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ଭକ୍ତଙ୍କ ଇଚ୍ଛା ବୀପରିତ। ୧୩୬ ବର୍ଷ ପର୍ଯ୍ୟନ୍ତ ଏହି ମାମଲା ଚାଲିବା ପରେ ୧୯୬୮ ଅଗଷ୍ଟରେ ମାତ୍ର ଅଢେଇ ଟଙ୍କାର ଷ୍ଟାମ୍ପ ପେପରରେ ରାଜିନାମା ହୋଇଥିଲା। ତତ୍କାଳୀନ ଡିଏମ ଏବଂ ଏସପିଙ୍କ ପ୍ରସ୍ତାବକ୍ରମେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଘ ଓ ଶାହି ମସଜିଦ ଇଦଗାହ କମିଟି ୧୦ ପ୍ରମୁଖ ବିନ୍ଦୁ ଉପରେ ରାଜିନାମା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.