vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଗଣିତ ଶିକ୍ଷକଙ୍କ ୱାଣ୍ଡର୍ କାର୍; ପେଟ୍ରୋଲ କି ଡିଜେଲ୍‌ ନୁହେଁ, ଖରାରେ ଚାଲୁଛି

23/06/2022 at 10:49 PM

ଶ୍ରୀନଗର: ଇଚ୍ଛା ଓ ଉଦ୍ୟମ ଥିଲେ ସବୁକିଛି ସମ୍ଭବ। କୌଣସି କାର୍ଯ୍ୟ କରିବାକୁ ହେଲେ କେବଳ କହିଲେ ହୁଏନି ଏଥିପାଇଁ ମନଧ୍ୟାନ ଦେଇ ଅବିରତ ଉଦ୍ୟମ କରିବାକୁ ପଡ଼େ। ଆଉ ସଫଳତା ନ ପାଇଲା ଯାଏ ଦୁନିଆ ସଲାମ କରେନି। ସେଥିପାଇଁ ହିନ୍ଦୀ କବିତାରେ କବି କହିଛନ୍ତି-

କୁଛ୍ କିଏ ବିନା ଜୟ ଜୟ କାର ନେହିଁ ହୋତୀ
କୋଶିଷ କର୍‌ନେୱାଲୋଁ କି କଭି ହାର ନେହିଁ ହୋତୀ।

कार के दरवाजे ऊपर की तरफ खुलते है जो इस कार को स्टाइलिश बनाते हैं।

ଏଇ ଯେମିତି ଜାମ୍ମୁ-କାଶ୍ମୀର ଶ୍ରୀନଗର ସନତ ନଗରେ ରହୁଥିବା ବିଲାଲ ଅହମଦ। ଦୀର୍ଘ ୧୧ ବର୍ଷ ହେଲା ସେ ଏକ ସୋଲାର କାର ନିର୍ମାଣ ଲାଗିଥିଲେ। କାର୍‌ଟି କିପରି ସୌରଶକ୍ତିରେ ପରିଚାଳିତ ହେବ ସେ ନେଇ ପୂରା ଉଦ୍ୟମ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ସ୍ୱପ୍ନର ୱାଣ୍ଡର କାର୍‌ ସୌର ଶକ୍ତିରେ ଗଡ଼ିବା ଆରମ୍ଭ କରିଛି।

ବିଲାଲଙ୍କୁ ତାଙ୍କର ଏହି ଆବିଷ୍କାର ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏହି କାର୍‌ କିଣିବାକୁ ଅନେକ ପରିଶ୍ରମ କରିଛି। ହେଲେ ମୋତେ କାହାଠାରୁ ବି ଆର୍ଥିକ ସହଯୋଗ ମିଳିନାହିଁ। ଯଦି ମୋତେ ସହଯୋଗ ମିଳିଥାନ୍ତା, ତେବେ ମୁଁ ଭାରତରେ ଇଲନ ମସ୍କ ହୋଇପାରିଥାନ୍ତି ବୋଲି ବିଲାଲ କହିଛନ୍ତି। ତେବେ ବିଲାଲ୍‌ଙ୍କୁ ଏହି କାର୍ ତିଆରି କରିବାକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।

ऊपर की तस्वीर में वो कार जो बैक टू द फ्यूचर मूवी में दिखाई गई थी। नीचे वो कार जिसे बिलाल अहमद ने बनाया है।

ପେଷାରେ ଗଣିତ ଶିକ୍ଷକ ଥିବା ବିଲାଲଙ୍କୁ କିନ୍ତୁ କାର୍‌ରେ ଭାରି ଇଣ୍ଟରେଷ୍ଟ ଥିଲା। ସେ ସବୁବେଳେ କାର ନିର୍ମାଣ ଓ ତାର ମେସିନ ନିର୍ମାଣ ଆଦି ସମ୍ପର୍କରେ ପଢ଼ୁଥିଲେ। ତେବେ ଫିଲ୍ମ ବ୍ୟାକ୍ ଟୁ ଦି ଫ୍ୟୁଚର ଫିଲ୍ମରେ ଦେଖାଯାଇଥିବା କାର ଡେଲୋରିୟନ୍‌ଙ୍କୁ ଦେଖି ବିଲାଲଙ୍କର ସେଇଭଳି ଏକ ସ୍ୱପ୍ନର କାର ତିଆରି କରିବାକୁ ଭାରି ଇଚ୍ଛା ଥିଲା। ଏଥିପାଇଁ ନିଜ ପାଖରେ ଥିବା ମାରୁତି ୮୦୦କୁ ନୂଆ ଢଙ୍ଗ ଓ ରୂପରେ ତିଆରି କରି ଏକ ସୋଲାର୍ କାର ନିର୍ମାଣ କରିଥିଲେ।

ବିଲାଲ୍‌ଙ୍କର ଏହି ଉଦ୍ଭାବନ ଯଦି ବଡ଼ ଆକାରରେ କାର୍ଯ୍ୟାକାରୀ ହୁଏ ତେବେ ସେ ଭାରତ ଇଲନ ମସ୍କ ହେବେ ତ ହେବେ ଏହାଦ୍ୱାରା ଭାରତବାସୀ ମଧ୍ୟ ପେଟ୍ରୋଲ-ଡିଜେଲ୍ ମାଡ଼ରୁ ରକ୍ଷାପାଇପାରିବେ।

कार में लगे सोलर पैनल कम रोशनी में भी ज्यादा एनर्जी प्रड्यूज कर सकते हैं।

ତେବେ ବିଲାଲ ଜାମ୍ମୁ-କାଶ୍ମୀରବାସିନ୍ଦା ହୋଇଥିବାରୁ ସେଠାରେ ସୂର୍ଯ୍ୟ କିରଣ ମାତ୍ର କମ୍ ପଡ଼ିଥାଏ। ତେଣୁ କେମିତି ମକ୍ ସୂର୍ଯ୍ୟ କିରଣରେ ଅଧିକ ଶକ୍ତି ଉତ୍ପନ୍ନ କରି କାର ଚଲାଯାଇପାରିବ ସେ ଦିଗକୁ ଦୃଷ୍ଟିରେ ରଖି ବିଲାଲ୍ ଏହି ସୌରଶକ୍ତି ସମ୍ପନ୍ନକାର ତିଆରି କରିଛନ୍ତି। କାର ଡୋର୍‌ରେ ସୋଲାର ପ୍ୟାନେଲ୍‌ ଲଗାଇଥିବା ବେଳେ ଏହା ଉପରକୁ ଖୋଲିବ। କାର୍ ଟି ବିଳାସମୟ କାର୍‌ର ଭ୍ରମ ସୃଷ୍ଟି କରୁଛି।   

   Related Posts