ମୁମ୍ୱାଇ ୨୨/୦୨: ଶ୍ରୀଲଙ୍କାର ଦ୍ରୁତ ବୋଲର ମଥିଶା ପଥିରାନା । ଇଣ୍ଟରନ୍ୟାସନାଲ କ୍ରିକେଟରେ ଜାରି ରହିଛି ଭଲ ପ୍ରଦର୍ଶନ । ଆଫଗାନିସ୍ତାନ ବିପକ୍ଷରେ ପଥିରାନୀ ୩ ମ୍ୟାଚ୍ ଖେଳି T-20 ସିରିଜ୍ରେ ୧୧ ପ୍ରତିଶତରେ ୮ ଓ୍ୱିକେଟ ନେଇଛନ୍ତି । ପଥିରାନା ଏବେ T-20 ଫର୍ମାଟରେ ସବୁଠୁ ଅଧିକ ଶ୍ରୀଲଙ୍କାର ଓ୍ୱିକେଟ ଟେକର ହେବାରେ ରେକର୍ଡ କରିଛନ୍ତି ।
ପଥିରାନା ଲସିଥ ମାଲିଙ୍ଗାଙ୍କୁ ବି ପଛରେ ପକାଇଛନ୍ତି । ଯିଏକି ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ରୁ ୭ ଓ୍ୱିକେଟ ନେଇଛନ୍ତି । ଏହାପୂର୍ବରୁ ୨୦୧୯ ଓ ୨୦୨୨ରେ ନୁବାନ ପ୍ରଦାପ ଏବଂ ଦୁଷ୍ମନ୍ଥା ଚମିରା ୭-୭ ଓ୍ୱିକେଟ୍ ନେଇଛନ୍ତି । ଧୋନୀଙ୍କ ଧୂରନ୍ଧର 'ବେବି ମାଲିଙ୍ଗା' ଭାବେ ବେଶ୍ ଫେମସ ହୋଇଥିଲେ ମଥିଶା ପରିଥାନା ।
wp:embed {"url":"https://www.prameyanews7.com/sachin-tendulkar-plays-cricket-with-locals-in-gulmarg-kashmir-video/","type":"wp-embed","providerNameSlug":"prameya-news-7"}୨୦୨୩ରେ ସେ ଚେନ୍ନାଇ ସୁପର କିଙ୍ଗ୍ସରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମଥିଶା ପଥିରାନା ଆଇପିଏଲ୍ରେ ୨୦୨୩ରେ ମୋଟ୍ ୧୨ ମ୍ୟାଚ୍ ଖେଳି ୮ ପ୍ରତିଶତ ଇକୋନମି୧୯ ଓ୍ୱିକେଟ ହାସଲ କରିଥିଲେ । ମଥିଶା ପଥିରାନାଙ୍କ ବୋଲିଂ ଷ୍ଟାଇଲ୍ ବିଲ୍କୁଲ ଶ୍ରୀଲଙ୍କାର ବୋଲର ଲାସିଥ ମାଲିଙ୍ଗାଙ୍କ ଭଳି ।