ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ମଠ ଓ ମନ୍ଦିର ; ଶ୍ରୀଜଗନ୍ନାଥ ସଂସ୍କୃତିର କଳା ସ୍ଥାପତ୍ୟ ବି ଏଥିରେ ସ୍ଥାନିତ ହେବ

Published By : Prameya-News7 Bureau | December 04, 2023 IST

ପୁରୀ ୪।୧୨: ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି କ୍ରମରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଥିବା ମଠ ଓ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ମଠ ଓ ମନ୍ଦିର । ଶ୍ରୀଜଗନ୍ନାଥ ସଂସ୍କୃତିର କଳା ସ୍ଥାପତ୍ୟ ବି ଏଥିରେ ସ୍ଥାନିତ ହେବ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ୨୦ଟି ମଠ ଏବଂ ମନ୍ଦିରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରୀମନ୍ଦିର ନିକଟରେ ଥିବା ମଙ୍ଗୁ ମଠ, ଲଙ୍ଗୁଳୀ ମଠ, ରାମଦୟା ପରିଷଦ, ରାଧାବଲ୍ଲଭ ମଠ ଏବଂ ଅନ୍ୟାନ୍ୟ ମଠ, ମନ୍ଦିରର ଆଦି ଉନ୍ନତିକରଣ ଚାଲିଛି । ତେବେ ଏସବୁ ମଠ ଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଚାଲିଥିବାରୁ ମଠ ମହନ୍ତ ଓ ସେବାୟତ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । 

ଓଡ଼ିଶା ସେତୁ ନିର୍ମାଣ ନିଗମ ଏବଂ ଟାଟା ପ୍ରୋଜେକ୍ଟ ପକ୍ଷରୁ ମଠ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଏଥିପାଇଁ ୩୩୦ କୋଟି ଟଙ୍କା ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି । ମଠ ଗୁଡ଼ିକର ପୁରୁଣା ପ୍ଲାଷ୍ଟର ଛଡାଯାଇ ନୂଆ ଖାଣ୍ଡେଲାଇଟ୍ ପଥର ଲଗାଯାଉଛି । ଏଥିସହ ପଥରର ସିଂହ ମୂର୍ତ୍ତି, ଖାଣ୍ଡେଲାଇଟ୍ ପଥର ଚଟାଣ, ପ୍ରବେଶ ପଥ ଦ୍ବାରକୁ ବର୍ମାଟିକ କାଠରେ ଲଗାଯାଉଛି । ସେହିପରି ମଠ ମନ୍ଦିରର ଯେଉଁଠି ଦୁର୍ବଳ ସ୍ଥାନ ରହିଛି ତାହାର ମଧ୍ୟ ମରାମତି କରାଯାଇ ସୁଦୃଢ଼ କରାଯାଉଛି । ତେବେ ଏହି କାର୍ଯ୍ୟ ଶେଷ ହେଲେ ମଠ ଗୁଡିକ ବେଶ୍ ଆକର୍ଷଣୀୟ ଲାଗିବ ।‌ ଏଥିସହ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । 

ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ମଠ ଗୁଡିକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମହାପ୍ରଭୁଙ୍କ ଅନେକ ନୀତି କାନ୍ତି ଓ ସେବା ମଧ୍ୟ ବିଭିନ୍ନ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ତେବେ ମଠ ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଭକ୍ତ, ସେବାୟତ ଓ ମଠ ମହନ୍ତ ।‌

You Can Read :

wp:embed {"url":"https://www.prameyanews7.com/honey-bee-attack-father-and-son-injured-in-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/honey-bee-attack-father-and-son-injured-in-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.