ଟି-୨୦ ବିଶ୍ୱକପ୍ ୨୦୨୪ରେ ବଡ ବିପର୍ଯ୍ୟୟ, ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା

Published By : Prameya-News7 Bureau | June 07, 2024 IST

espncricinfo

ଡଲାସ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଘଟିଛି ବଡ ବିପର୍ଯ୍ୟୟ । ଶକ୍ତିଶାଳୀ ପାକିସ୍ତାନକୁ ହରାଇ ଇତିହାସ ରଚିଲା ସହ ଆୟୋଜକ ଆମେରିକା । ଡଲାସରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ୧୧ତମ ମ୍ୟାଚରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ମାତ୍ ଦେଇଛି । ଏଥିସହ ପାକିସ୍ତାନ ପରି ଦଳ ଲଜ୍ଜାଜନକ ପରାଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ଆମେରିକା କ୍ରମାଗତ ଦୁଇ ବିଜୟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୧୮ ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଏକ ୱିକେଟ୍ ହରାଇ  ୧୩ ରନ କରିବାକୁ ସକ୍ଷମ ହୋଇଥିଲା । ଆମେରିକା ମ୍ୟାଚରେ ବିଜୟରେ ହିରୋ ସାଜିଛନ୍ତି ମନକ ପଟେଲ । ଏହା ଚଳିତ ବିଶ୍ୱକପର ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ଥିଲା । 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା  ପାକିସ୍ତାନ ୭ ୱିକେଟ୍ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୪୪ ରନ ଏବଂ ଶାଦାବ ଖାନ ୪୦ ରନର ଇନିଂସ ଖେଳି ପାକିସ୍ତାନ ସମ୍ମାନ ରଖିଥିଲେ । ଶାହୀନ ଆଫ୍ରିଦି ଶେଷ ଆଡକୁ ୨୩ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ପାକିସ୍ତାନ ୧୫୯ ରନ କରି ପାରିଥିଲା । ଜବାବରେ ଆମେରିକା ୩ ୱିକେଟ୍ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ମୋନକ ପଟେଲ ୩୮ ବଲରୁ ୫୦ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଆରୋନ ଜୋନ୍ସ ୨୬ ବଲରୁ ୩୬ ରନର ଅପରାଜିତ ଇନିଂସ ଖେଳି ମ୍ୟାଚକୁ ଟାଇ ରଖିବାରେ ସକ୍ଷମ ହୋଇଥିଲେ । ମଧ୍ୟକ୍ରମରେ ଆଣ୍ଡ୍ରିଏସ ଗସ ୩୫ ରନ କରିଥିଲା । 

ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା । ଯେଉଁଥିରେ ମହମ୍ମଦ ଆମିର ପାକିସ୍ତାନ ପକ୍ଷରୁ ବୋଲିଂ କରିଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଆମେରିକା ବ୍ୟାଟର ୧୮ ରନ ସଂଗ୍ରହ କରିଥିଲେ । ଜବାବରେ ପାକିସ୍ତାନ ଇଫତିକାର ଅହମ୍ମଦ, ଫକର ଜମାନ ଓ ଶାଦାବ ଖାନ ମିଶି କି ୧୩ ରନ କରି ପାରିଥିଲେ । ଆଉ ଶେଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆମେରିକା ବାଜିମାତ କରି ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ସୃଷ୍ଟି କରିଛି । ପାକିସ୍ତାନକୁ ହରାଇ ଆଇସିସିର ସହାୟକ ଦେଶ ଭାବେ ଇତିହାସ ରଚିଛି । 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.