ଏହି କାରଣରୁ ୨ଟି ମ୍ୟାଚ ହାରିଲା ଭାରତ!

Published By : Prameya-News7 Bureau | February 09, 2020 IST

ହାମିଲଟନ ୦୯।୦୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲୁଥିବା ଦିନିକିଆ ସିରିଜରେ ଭାରତର ବୋଲିଂ ଓ ଫିଲ୍ଡିଂ ଖୁବ୍ ଚର୍ଚ୍ଚାକୁ ଆସିଛି । ସିରିଜର ୨ଟି ମ୍ୟାଚ୍‌ରେ ଭାରତର ଫିଲ୍ଡିଂ ଖରାପ ରହିଥିଲା । ଯାହାକୁ ନେଇ ଭାରତୀୟ ପ୍ରଶଂସକମାନ ଖୁବ୍ ନିରାଶ ହୋଇଛନ୍ତି ।

ପ୍ରଥମ ମ୍ୟାଚ୍‌ରେ ରସ୍‌ ଟେଲର୍ ୧୦ରନ୍ କରିଥିବା ବେଳେ କୁଳଦୀପ ଯାଦବ ଏକ କ୍ୟାଚ୍‌ ଛାଡିଥିଲେ, ପରେ ରସ୍ ଟେଲର ୧୦୭ରନ୍‌ର ଅପରାଜିତ ପାରି ଖେଳିଥିଲେ । ସେହପରି ୨ୟ ଦିନିକିଆରେ ୧୪ତମ ଓଭରରେ ୟୁଜବେନ୍ଦ୍ର ଚହଲ ଏକ କ୍ୟାଚ୍ ଖସାଇଥିଲେ । ତେବେ ଭାରତୀୟ ଦଳର ଏହପରି ଭାବରେ ଖରାପ ଫିଲ୍ଡିଂ ଯୋଗୁଁ  ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ଖେଳାଯାଉଥିବା ସମୟରେ ୧୪ତମ ଓଭରରେ ହେନେରି ନିକୋଲାସଙ୍କ ଏକ କ୍ୟାଚ୍‌କୁ ଡ୍ରପ କରିଦେଇଥିଲା ୟୁଜବେନ୍ଦ୍ର ଚହଲ । କ୍ୟାଚ୍‌ ଡ୍ରପ୍‌ ସମୟରେ ସୁନୀଲ ଗାଭାସ୍କର କେମଣ୍ଟାରି କରୁଥିଲେ । ଡ୍ରପ ହୋଇଥିବା କ୍ୟାଚ୍‌ଟି ଆପଣଙ୍କୁ ନେବା ଉଚିତ୍‌ । ଆପଣ ଏପରି ଜଣେ ବ୍ୟାଟସମ୍ୟାନ୍‌ଙ୍କ କ୍ୟାଚ୍‌ ଡ୍ରପ କରିପାରିବେନି । କାରଣ ଏଭଳି ବ୍ୟାଟସମ୍ୟାନଙ୍କ କ୍ୟାଚ୍‌ ଡ୍ରପ କଲେ ଟିମ୍ ପାଇଁ ହାନିକାରକ ହେବ ବୋଲି କହିଥିଲେ ଗାଭାସ୍କର ।  କିନ୍ତୁ ସୌଭାଗ୍ୟର କଥା ଚହଲଙ୍କ ଓଭରରେ ନିକୋଲାସ ୪୧ରନ କରି ଆଉଟ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.