oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ମୁଁ ଭୋଟ୍ ଦେବି ! ମତାଧିକାର ସାବ୍ୟସ୍ତ କଲେ ଦିବ୍ୟାଙ୍ଗ ଓ ୯୦ ବର୍ଷୀୟା ବୃଦ୍ଧା

20/02/2022 at 12:38 PM

ଭଦ୍ରକ, ୨୦।୦୨ :  ଭଦ୍ରକ ଜିଲ୍ଲାର ତିହିଡ ବ୍ଲକରେ ତୃତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର କେବଳ ତିହିଡ ବ୍ଲକ ପାଇଁ ମତଦାନ କରାଯାଉଛି ।

ତିହିଡ ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନରେ ୩୧ ପଞ୍ଚାୟତ ଅନ୍ତର୍ଭୁକ୍ତ ଥିବା ବେଳେ ୫୩୬ଟି ବୁଥରେ ଭୋଟ ଗ୍ରହଣ ହେଉଛି । ଅନ୍ୟପକ୍ଷରେ ତିହିଡ ବ୍ଲକର ୧୬୩୯୦୩ ଜଣ ଭୋଟରଙ୍କ ମଧ୍ୟରୁ ୮୪୮୧୭ ଜଣ ପୁରୁଷ ଓ ୭୯୦୮୬ ଜଣ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି ।

ଭୋଟିଂ ବେଳେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ନାଗରିକ ଓ ଭୋଟର ହିସାବରେ ନିଜେ ଦାୟିତ୍ୱ ନିଭାଇଛନ୍ତି ୯୦ ବର୍ଷୀୟା ମହିଳା। ସ୍ୱାସ୍ଥ୍ୟ ଆଉ ବୟସ ଭୋଟ ଦେବାରେ ବାଧକ ସାଜି ନାହିଁ ବାଧକ ।

ସେହିପରି ଗୁଆମାଳ ପଞ୍ଚାୟତର ରବୀନ୍ଦ୍ର ସୁତାର ଦୁର୍ଘଟଣା ପରେ ଚଲାବୁଲା କରି ପାରୁ ନାହାନ୍ତି ।  କିନ୍ତୁ ଏଥର ସେ ନିଜ ମତଦାନ କରିଛନ୍ତି । ଏମିତି ସ୍ୱାସ୍ଥ୍ୟବସ୍ଥାରେ ତାଙ୍କ ପରିବାର ଲୋକେ ତାଙ୍କୁ ଅଟୋରେ ଆଣି ଭୋଟ ଦେଇଛନ୍ତି । ସେହିଭଳି ସିନ୍ଦୋଳ ପଞ୍ଚାୟତର ଷାଠିଉଟି ଗାଁର ଚମ୍ପା ସାହୁ । ବୟସ ପ୍ରାୟ ୯୦ରୁ ଅଧିକ । ସେ ମଧ୍ୟ ଭୋଟ୍ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

   Related Posts