ଫେକ୍ ସିମ କାର୍ଡ ରାକେଟ ଠାଵ, ମାଷ୍ଟରମାଇଣ୍ଡ ସହ ୬ ଗିରଫ
13/09/2022 at 9:15 PM

କଟକ, ୧୩/୦୯: କ୍ରାଇମବ୍ରାଞ୍ଚ ଦ୍ବାରା ଫେକ୍ ସିମ କାର୍ଡ ରାକେଟ ଠାଵ । ଵାରିପଦା ନିକଟ ଖୁଣ୍ଟାରୁ ସିମ୍ ଵକ୍ସ ରାକେଟକୁ ଠାଵ କରାଯାଇଛି । ଫେକ୍ ସିମ୍ କାର୍ଡ ଵ୍ୟଵହାର କରି ଏହି ରାକେଟ୍ ସାଇଵର ଠକେଇ କରୁଥିବା ଜଣାପଡ଼ିଛି । ଏହାର ମାଷ୍ଟରମାଇଣ୍ଡ ଵିଶାଲ ଖଣ୍ଡେଲଓ୍ବାଲ ସହ ୬ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ସିମଵକ୍ସ ମେସେଜ ଜରିଆରେ ଵାରିପଦାରୁ ସାରା ଦେଶରେ ସାଇଵର ଠକେଇ କରୁଥିଲା ଏହି ରାକେଟ୍ । କେନ୍ଦ୍ର ସରକାରଙ୍କ ଟେଲିକମ ଵିଭାଗର ଏତଲା ପରେ କ୍ରାଇମବ୍ରାଞ୍ଚ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023