Master Chef 7 : ଷ୍ଟାରପ୍ଲସ୍‌ ନୁହେଁ ଏହି ଚ୍ୟାନେଲ୍‌ରେ ଆସିବ ପପୁଲାର ଶୋ’

Published By : Prameya-News7 Bureau | August 15, 2022 IST

ମୁମ୍ବାଇ ୧୫।୦୮: ପୁଣି  ଆଉ ଏକ ରିଆଲିଟି ଶୋ’ ଟିଭିରେ ଫେରିବାକୁ ଯାଉଛି। ତାହା ହେଉଛି 'ମାଷ୍ଟର ସେଫ୍ ଇଣ୍ଡିଆ' ସିଜନ ୭ ।  ବର୍ତ୍ତମାନ ତାହା ଘୋଷଣା କରାଯାଇଛି। ଏହି ଶୋ’କୁ ବହୁତ ପସନ୍ଦ କରାଯାଉଛି । ଯେଉଁଠାରେ ପ୍ରତିଯୋଗୀମାନେ ପ୍ରସିଦ୍ଧ ରୋଷେୟା ତଥା ସେଫ୍‌ମାନଙ୍କ ସାମ୍ନାରେ ରନ୍ଧନ ପ୍ରତିଭା ପ୍ରଦର୍ଶନ କରିବେ । ଶୋ’ ଶେଷରେ ବିଜେତା ଘୋଷିତାଙ୍କ ନାମ ଘୋଷଣା ହେବ। ଏପର୍ଯ୍ୟନ୍ତ, ଏହିପରି ଅନେକ ପ୍ରତିଯୋଗୀ 'ମାଷ୍ଟର ସେଫ'ରୁ ବାହାରିଛନ୍ତି। ଯେଉଁମାନେ ଆଜି ରୋଷେଇ ଦୁନିଆରେ ବଡ ନାମ ପାଲଟିଛନ୍ତି । ବର୍ତ୍ତମାନ ଦୁଇ ବର୍ଷ ପରେ 'ମାଷ୍ଟର ସେଫ୍ ଇଣ୍ଡିଆ'ର ଏକ ନୂଆ ସିଜିନ୍‌ ସହିତ ଟେଲି ପରଦାକୁ ଫେରୁଛି।

wp:html
/wp:html

ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ନିର୍ମାତାମାନେ ଶୋ’ର ଏକ ଟିଜର ରିଲିଜ୍ କରିଛନ୍ତି। ଏହା ସୋନି ଟିଭିର ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜ୍‌ରୁ ଭିଡିଓ ସେୟାର କରାଯାଇଛି। ଏଥିରେ ଲେଖା ଅଛି, ' ପାଳନ କରିବା ଭାରତର ଖାଦ୍ୟ ପର୍ବ । ଏଥର ଆପଣ ସୋନି ଟିଭିରେ ଏହି ସୋ ଦେଖି ପାରିବେ । ପୂର୍ବରୁ ଏହା ଷ୍ଟାରପ୍ଲସ୍‌ରେ ଆସୁଥିଲା ।  'ବ୍ୟାକଗ୍ରାଉଣ୍ଡରେ ଟିଜର ସହିତ କୁହାଯାଇଛି,' ହର ପ୍ରଦେଶ କି ଭିନ୍ନ ଖୁସବୁ, ଭାରତରେ ଅନେକ ସ୍ୱାଦ ଅଛି ଏବଂ ଏହି ସ୍ୱାଦର ପର୍ବ ପାଇଁ ମଞ୍ଚ କେବଳ ଗୋଟିଏ ହେବ। ମାଷ୍ଟର ସେଫ୍ ଇଣ୍ଡିଆ । ସ୍ୱାଧୀନତାର ୭୫ ବର୍ଷ । ଭାରତର ଖାଦ୍ୟ ପର୍ବ ।

ଅନୁମାନ କରାଯାଉଛି ଯେ ଏହି ସିଜିନ୍‌ରେ ଥିମ୍‌ ଦେଶର ବିଭିନ୍ନ ସ୍ଥାନରୁ ଖାଦ୍ୟ ହେବ। ଶୋ’ର ଆରମ୍ଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହା ବ୍ୟତୀତ ଜଜ୍‌ମାନଙ୍କ ବିଷୟରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.