ହାତୀ ଉପଦ୍ରବ : ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନାବାଳକ, ଘର ଭାଙ୍ଗିଲେ ହାତୀ ପଲ

Published By : Prameya-News7 Bureau | April 21, 2019 IST

ବାଲେଶ୍ବର ୨୧|୪: ବାଲେଶ୍ବରରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ପଲ ଗାଁରେ ପଶି ଘରଦ୍ବାର ଭାଙ୍ଗିଦେଇଛନ୍ତି । ଔପଦା ଗୁଡିଖୁଲା ଗାଁରେ ଗତ ରାତିରେ ହାତୀ ପଶିଥିଲେ । ଗାଁର ବିରାମ ହାଁସଦାଙ୍କ ଘର ଭାଙ୍ଗିଛନ୍ତି ହାତୀ ।

{"id":105575}

ତେବେ ଶୋଇଥିବା ଏକ ନାବାଳକ ଅଳ୍ପକେ ହାତୀ କବଳରୁ ବର୍ତ୍ତିଯାଇଥିବା ଜଣାପଡିଛି । ନୀଳଗିରି କୁଲଡ଼ିହା ଅଭୟାରଣ୍ୟରୁ ହାତୀପଲ ଗତ କିଛି ଦିନ ଧରି ସୀମାନ୍ତ ଗାଁଗୁଡିକରେ ଆସି ଉପଦ୍ରବ ଚଳାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.