Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଲଦାଖର ଜାମିଆ ମସଜିଦରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ହୋଇଗଲା ଧ୍ବଂସ

16/11/2022 at 10:48 PM

ନୂଆଦିଲ୍ଳୀ, ୧୬/୧୧: ଲଦାଖର କାରଗିଲ ଜିଲ୍ଳା ଦ୍ରାସସ୍ଥିତ ସେଣ୍ଟ୍ରାଲ୍ ଜାମିୟା ମସଜିଦ୍‌ରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ମସଜିଦ୍ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା, ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ବିଭାଗ ଦ୍ବାରା ନିଆଁ ଉପରେ କାବୁ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ମସଜିଦ୍‌କୁ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି।

ସୂଚନା ଅନୁଯାୟୀ, ସନ୍ଧ୍ୟାରେ କୌଣସି କାରଣରୁ ମସଜିଦରେ ନିଆଁ ଲାଗିଥିଲା। ଆଉ ଦେଖୁ ଦେଖୁ ନିଆଁ ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ମସଜିଦରେ ଖେଳିଯାଇଥିଲା। ତେବେ ଘଟଣା ସଂପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ, ସ୍ଥାନୀୟ ଲୋକେ ଏବଂ ସେନା ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏବେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ନିଆଁ କେତେ ଭୟାବହ ଥିଲା ତାହା ଅନୁମେୟ। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ିପାରିନାହିଁ। ସେପଟେ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦମକଳ ବାହିନୀ ବିଳମ୍ବରେ ପହଞ୍ଚିଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି।

   Related Posts