ଝାଡଖଣ୍ଡ ଧନବାଦରେ ଭୀଷଣ ଅଗ୍ନିକାଣ୍ଡ; ୪ବର୍ଷର ଝିଅ ସମେତ ୩ ମୃତ, ୩ ଗୁରୁତର ଆହାତ

Published By : Prameya-News7 Bureau | November 14, 2023 IST

ଝାଡଖଣ୍ଡ ୧୪।୧୧: ଝାଡଖଣ୍ଡ ଧନବାଡରେ ଭୟଙ୍କର ଦୁର୍ଘଟଣା । ଏଥିରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଭାବେ ପୋଡି ଯାଇଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ ୪ ବର୍ଷର ଝିଅ ମଧ୍ୟ ରହିଛି । ସବୁଠାରୁ ବଡ କଥା ହେଉଛି ଏମାନେ ସମସ୍ତେ ଗୋଟିଏ ପରିବାର ।

ଖବର ଅନୁଯାୟୀ, ଝାଡଖଣ୍ଡ ଧନବାଡର କେନ୍ଦୁଆଡିହ ପୋଲିସ ଷ୍ଟେସନ ଅଞ୍ଚଳର ଜେବରପଟ୍ଟିରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଏହି ଦୋକାନ ଉପରେ ଦୋକାନର ମାଲିକଙ୍କ ପରିବାର ରହୁଥିଲେ । ଦୋକାନରୁ ନିଆଁ ବ୍ୟାପି ଘରକୁ ମାଡିଯାଇଥିଲା । ଆଉ ଘରେ ଥିବା ୬ଜଣ ଲୋକ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି । ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଲୋକଙ୍କ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ପ୍ରକୋପ କାରଣରୁ ଘରେ ଥିବା ଲୋକମାନଙ୍କର ଅବସ୍ଥା ବିଗିଡି ଯାଇଥିଲା ।

ଲୋକମାନେ ସିଡ଼ି ସାହାଯ୍ୟରେ ଘରେ ପ୍ରବେଶ କରି ୩ ଜଣଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲେ । ଲୋକମାନେ ଦୋକାନୀ ସୁଭାଷଙ୍କ ୩୦ ବର୍ଷୀୟ ଭଉଣୀ ପ୍ରିୟଙ୍କା ଗୁପ୍ତା, ଭାଇ ସୁମିତ ଗୁପ୍ତା ଏବଂ ଦେଢ ବର୍ଷର ପୁଅ ଶିବନଙ୍କୁ ଘରୁ ଉଦ୍ଧାର କରିଥିଲେ । ଯଦିଓ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ।  ଏହାପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରି ସୁଭାଷ ଗୁପ୍ତାଙ୍କ ୬୫ ବର୍ଷ ବୟସ୍କା ମା ଉମା ଦେବୀ, ତାଙ୍କ ପତ୍ନୀ ସୁମନ ଗୁପ୍ତା ଏବଂ ଚାରି ବର୍ଷର ଝିଅ ମୌଲିଙ୍କୁ ଉଦ୍ଧାର କରିଥିଲେ ।

ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଉ ହସ୍ପିଟାଲ୍‌ରେ ସୁଭାଷଙ୍କ ଭଉଣୀ ପ୍ରିୟଙ୍କା, ମା ଉମା ଦେବୀ ଏବଂ ତାଙ୍କର ଚାରି ବର୍ଷର ଝିଅ ମୌଲିର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ପତ୍ନୀ ସୁମନ, ଭାଇ ସୁମିତ ଏବଂ ଦେଢ ବର୍ଷର ଶିବାଶଂଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ସମୟରେ ସୁଭାଷ ଏବଂ ତାଙ୍କ ପିତା ଅଶୋକ ଗୁପ୍ତା ଘର ବାହାରେ ଥିଲେ । ଯେଉଁଥିପାଇଁ ଉଭୟଙ୍କ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ।

wp:embed {"url":"https://www.prameyanews7.com/muzzaffarnagar-horrific-accident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/muzzaffarnagar-horrific-accident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.