Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡ; ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିବା ଯୋଗୁଁ ୬ ମୃତ ୬ ଆହତ

17/03/2023 at 8:55 AM

ହାଇଦ୍ରାବାଦ: ସିକନ୍ଦରାବାଦରେ ଅଭାବନୀୟ ଘଟଣା । ଏକ ବ୍ୟବସାୟୀକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ୪ଜଣ ମହିଳା ରହିଛନ୍ତି । ସେହିପରି ଏଥିରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଗୁରୁବାର ରାତି ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ସ୍ବାପ୍ନଲୋକ କମ୍ପ୍ଲେକ୍ସରେ ଅଚାନକ ନିଆଁ ଲାଗିବା ପରେ ପୂରା ବିଲ୍ଡିଂକୁ ନିଆଁ ନିଜ କବଳକୁ ନେଇଥିଲା । ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହୀନ ପକ୍ଷେ ଅସମ୍ଭବ ହୋଇଥିଲା । ଏହି ନିଆଁ ଓ ଧୁଆଁରେ ଅଣନିଶ୍ବାସୀ ହୋଇ ବିଲ୍ଡିଂରେ କାମ କରୁଥିବା ୬ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ପ୍ରାରମ୍ଭିକ ଯାଞ୍ଚରୁ ସର୍ଟ-ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି । ପିଟିଆଇ ରିପୋର୍ଟ ଅନୁଯାୟୀ, ସ୍ବାପ୍ନଲୋକ କମ୍ପ୍ଲେକ୍ସରେ ନିଆଁ ଲାଗିବା ଯୋଗୁ ମୋଟ୍ ୧୨ଜଣ ଲୋକ ଆହତ ହୋଇଥିଲା । ଏମାନଙ୍କ ମଧ୍ୟରୁ 6ଜଣଙ୍କ ମୃତୁ ହୋଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଛନ୍ତି ।   

   Related Posts