ରାଜକୋଟ୍ ଗେମିଂ ଜୋନ୍ ଅଗ୍ନିକାଣ୍ଡ, ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟରେ ଶନିବାର ଅପରାହ୍ଣରେ ଏକ ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଂକା ରହିଛି । ମୃତକଙ୍କ ମଧ୍ୟରେ ଅନେକ ପିଲା ଅଛନ୍ତି । ଘଟଣାସ୍ଥଳରେ ଫାୟାର ବ୍ରିଗେଡର ୧୦ରୁ ଅଧିକ ଗଡ଼ି ମୁତୟନ କରାଯାଇଛି । ଅନେକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିବା କୁଲିଂ ପ୍ରକ୍ରିୟା ଜାରି ରହିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରଶାସନକୁ ଉଦ୍ଧାରକାର୍ଯ୍ୟ ଏବଂ ଆହତଙ୍କୁ ଉଚିତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ବିଷୟରେ ସୂଚନା ଦେଇ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗଭ କହିଛନ୍ତି, 'ଅପରାହ୍ଣରେ ଟିଆରପି ଗେମିଂ ଜୋନରେ ନିଆଁ ଲଗାଥିଲା । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଆଁକୁ ଆୟତ୍ତ କରାଯାଇଛି । ଆମେ ଅଧିକରୁ ଅଧିକ ମୃତ ଦେହ ବାହାର କରିବା ପାଇଁ ଉଦ୍ୟମ କରୁଛୁ । ଏବେ ସୁଦ୍ଧା ୨୪ ଶବ ମୃତ ଦେହ ବାହାର କରାଯାଇଛି ।' 

ଅଧିକାରୀ କହିଛନ୍ତି ଯେ ଗେମିଂ ଜୋନ ମାଲିକର ନାଁ ଯୁବରାଜ ସିଂ ସୋଲୋଙ୍କି । ଅବହେଳା ଏବଂ ଏଠାରେ ହୋଇଥିବା ମୃତ୍ୟୁ ପାଇଁ ମାମଲା ରୁଜୁ କରିବୁ । ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ପରବର୍ତ୍ତୀ ତଦନ୍ତ କରାଯିବ । ପୋଲିସ କହିବା ଅନୁସାରେ ନିଆଁକୁ କାବୁ କରିବା ଏବଂ କୁଲିଂ ଅପରେସନ ପରେ ମୃତାହତଙ୍କ ସଂଖ୍ୟାକୁ ସ୍ପଷ୍ଟ କରାଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.