ହୁତ ହୁତ ହୋଇ ଜଳିଲା ଆକାଶ ଛୁଆଁ ଉଚ୍ଚ ଅଟାଳିକା: ଏକାଧିକ ମହଲାରେ ଲାଗିଛି ନିଆଁ, ଉଦ୍ଧାର କାର୍ଯ୍ୟ ଜାରି
16/09/2022 at 5:09 PM

ବେଜିଂ: ସେଣ୍ଟ୍ରାଲ ଚୀନ୍ର ଚାଙ୍ଗଶା ସହରରେ ଥିବା ଏକ ଆକାଶଛୁଆଁ ଉଚ୍ଚ ଅଟ୍ଟାଳିକାରେ ଶୁକ୍ରବାର ଭୟଙ୍କର ନିଆଁ ଲାଗିଯାଇଛି । ଅଟ୍ଟାଳିକାର ତଳ ମହଲାରୁ ଉୁପର ମହଲା ପର୍ଯ୍ୟନ୍ତ ଭୟଙ୍କର ନିଆଁ ଜଳୁଛି। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।
This afternoon, the building of China Telecom building in Changsha长沙caught fire, no casualties reported yet, stay safe everyone! 🙏 pic.twitter.com/QNnezk2Mxk
— China in Pictures (@tongbingxue) September 16, 2022
ନିଆଁ ଲାଗିବା ପରେ ବିଲ୍ଡିଂରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା ବୋଲି ସେଣ୍ଟ୍ରାଲା ଚାଇନା ଟେଲିଭିଜନ(ସିସିଟିଭି) ରିପୋର୍ଟରେ ପ୍ରକାଶ କରିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବିଲ୍ଡିଂରେ ଅନେକ ଘର ଓ ଅଫିସ ଥିଲା।
ରାଜ୍ୟରେ ଟେଲିକମ୍ୟୁନିକେସନ କମ୍ପାନୀଗୁଡ଼ିକର ଅଫିସ ବି ଥିଲା। ହୁନାନର ରାଜଧାନୀ ଚାଙ୍ଗସା। ଏହି ସହରର ଲୋକ ସଂଖ୍ୟା ୧୦ ମିଲିୟନ ହେବ। ସହରରେ ଥିବା ଏହି ଉଚ୍ଚ ଅଟାଳିକାରେ ନିଆଁ ଲାଗିଥିବାର ଜଣେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସୂଚନା ଦେଇଛନ୍ତି।