କାର୍ ରିପ୍ୟାରିଙ୍ଗ କେମିକାଲ୍‌ରୁ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | November 13, 2023 IST

ହାଇଦ୍ରାବାଦ ୧୩/୧୧: ହାଇଦ୍ରାବାଦର ଅଘଟଣ । କାର୍ ରିପ୍ୟାରିଙ୍ଗ ବେଳେ ଲାଗିଲା ନିଆଁ । ଏହି ଦୁର୍ଘଟମାରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଛନ୍ତି । କୁହାଯାଉଛି ଏହି ଅଗ୍ନିକାଣ୍ଡ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଘଟିଛି ।

ସୂଚନା ଥାଉକି, ସ୍ଥାନୀୟ ଅଞ୍ଚଳରେ କାର୍ ମରାମତି ଚାଲିଥିଲା । ଆଉ ଏହି ବେଳେ ରାସାୟନିକ ପଦାର୍ଥରୁ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ନିଆଁର ଆଁରେ ଜଳିଯାଇଥିଲେ ୬ ଜଣ । ଆହୁରି ଅନେକ ଆହତ ହୋଇଛନ୍ତି । ଅଘଟଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାହା କୁହାଯାଉଛି ସୂଚନା ପାଇବା ଅନେକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବର୍ତ୍ତମାନ ନିଆଁ ଲିଭାଇ ବିଲ୍ଡିଂରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ହାଇଦ୍ରାବାଦରେ ଘଟିଥିବା ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଲ୍ଡିଂର ସିଡ଼ି ଚଢି ଲୋକଙ୍କୁ କିପରି ଉଦ୍ଧାର କରୁଛନ୍ତି ତାହା ଦେଖାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରାସାୟନିକ ପଦାର୍ଥ ଯୋଗୁଁ ନିଆଁ ଲାଗିଯାଇଥିଲା । ଫଳରେ ପାଣି ମାଡ ପରେ ବି ଲିଭିନଥିଲା ଲିଆଁ । ଏବେ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇପାରିନି ।

you can also read....

wp:embed {"url":"https://www.prameyanews7.com/building-fire-during-fire-diwali-diya/","type":"wp-embed","providerNameSlug":"prameya-news-7"}
https://www.prameyanews7.com/building-fire-during-fire-diwali-diya/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.