ବୋମା ନିଷ୍କ୍ରିୟ କରିବା ବେଳେ ବିସ୍ଫୋରଣ, ଦୋହଲି ଗଲା ଗାଁ

Published By : Prameya-News7 Bureau | January 09, 2020 IST

ପଶ୍ଚିମବଙ୍ଗ୯/୧: ବୋମା ନିଷ୍କ୍ରିୟ କରିବା ବେଳେ ବିସ୍ଫୋରଣ। ଆଉ ଦୋହଲି ଗଲା ଗାଁ। ତା' ପରେ ଯାହା ହୋଇଥିଲା ଘଟଣା ପୋଲିସ  ପାଇଁ ବଡ଼ ମୁସ୍କିଲ ହୋଇଯାଇଥିଲା । ଘଟଣା ଥିଲା ପଶ୍ଚିମ ବଙ୍ଗର ୨୪ ପ୍ରଗଣାର। କୋଲକାତା ପୋଲିସର ସିଆଇଡିର ବୋମା ନିଷ୍କ୍ରିୟକାରୀ ଦଳ କିଛି ଶକ୍ତିଶାଳୀ ବିସ୍ଫୋରକ ଧରି ହୁଗୁଳି ନଦୀ କୂଳରେ ପହଞ୍ଚିଥିଲେ।

ସବୁ ପ୍ରସ୍ତୁତି ବି ହୋଇଥିଲା। ହେଲେ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ସବୁ କିଛି ଦୋହଲି ଯାଇଥିଲା। ନଇହାଟି ଗାଁ  ଏବଂ ନଦୀ ସେପଟ ଚିନସୁରା ଗାଁରେ ଆତଙ୍କ ଖେଳିଯାଇଥିଲା।  ୭ ଜଣ ଲୋକ ଏଥିରେ ଆହତ ହୋଇଥିଲେ। ଘରଗୁଡ଼ିକ ଭାଙ୍ଗି ଯାଇଥିଲା। ବୋମା ନିଷ୍କ୍ରିୟ  କରିବାରେ କିଛି ତ୍ରୁଟି ରହିବାରୁ ଏମିତି ଘଟଣା ଘଟିଲା। ଯାହାଫଳରେ ଲୋକେ ପୋଲିସକୁ ଘେରିଯାଇଥିଲେ।ଆଉ ଆକ୍ରମଣ କରିଥିଲେ।

ଏପରିକି ସିଆଇଡିର ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଲୋକେ। ଘଟଣା ସଂପର୍କରେ କାହିଁକି ପୋଲିସ ପୂର୍ବରୁ ସୂଚନା ଦେଲାନାହିଁ ବୋଲି ଲୋକେ ଦାୟୀ କରିଥିଲେ। ଦୁଇ ଦିନ ତଳେ ସିଆଇଡି ସ୍ଥାନୀୟ ଅଞ୍ଚଳରୁ ଏହି ବୋମା ଜବତ କରିଥିଲା।  କିନ୍ତୁ ଏହି ବୋମା ଯେ ଏତେ ଶକ୍ତିଶାଳୀ ତାହା ଜାଣି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.