ମସ୍କୋ ଉପରେ ୟୁକ୍ରେନର ବଡ଼ ହମଲା , ୧୩୪ଟି ବିମାନ ଡାଏଭର୍ଟ ; ୨୦୦୦ ଡ୍ରୋନରେ ପାଲଟା ଆକ୍ରମଣର ପ୍ରସ୍ତୁତିରେ ପୁଟିନ

Published By : Prameya-News7 Bureau | July 20, 2025 IST

ମସ୍କୋ : ରୁଷ୍‌ର ରାଜଧାନୀ ମସ୍କୋ ସମେତ ଅନେକ ସହର ଉପରେ ୟୁକ୍ରେନ ବଡ଼ ଆକ୍ରମଣ କରିଛି। ଏଥିଯୋଗୁଁ ରାଜଧାନୀ ମସ୍କୋରେ ବିମାନ ସେବା ବାଧାପ୍ରାପ୍ତ ହୋଇ ଯାଇଛି। ପାଖାପାଖି ୧୩୪ଟି ଫ୍ଲାଇଟ୍‌କୁ ଡାଇଭର୍ଟ କରାଯାଇଛି। ୟୁକ୍ରେନ ମସ୍କୋ ଉପରେ ୧୯ଟି କାମିକେଜ୍‌ ଡ୍ରୋନ୍ ମାଡ଼ କରିଛି। ଏଥିମଧ୍ୟରୁ କିଛି ଡ୍ରୋନ୍‌ ଉଚ୍ଚ ବିଲ୍ଡିଂରେ ଧକ୍କା ହୋଇଛି। ୟୁକ୍ରେନ ରୁଷ୍‌ ଉପରେ ମୋଟ ୯୩ଟି କାମିକେଜ୍‌ ଡ୍ରୋନ୍‌ରେ ହମଲା କରିଥିଲା। ଏହି ହମଲାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରୋଧିତ ହୋଇ ଉଠିଛନ୍ତି। ଏବେ ରୁଷ୍‌ ୟୁକ୍ରେନ ଉପରେ ୨୦୦୦ଟି ଡ୍ରୋନ୍‌ରେ ହମଲାର ପ୍ରସ୍ତୁତ ହେଉଛନ୍ତି। ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ କହିଛି ଯେ, ଏହାର ବାୟୁ ପ୍ରତିରକ୍ଷା ବାହିନୀ ରାତି ସାରା ୯ଟି ଅଞ୍ଚଳରେ ୯୩ଟି ଡ୍ରୋନ ଖସାଇ ଦେଇଥିବା ଜଣାପଡ଼ିଛି। ଯାହା ମଧ୍ୟରୁ ୧୯ଟି ମସ୍କୋ ଓବଲାଷ୍ଟ ଅଞ୍ଚଳରେ ଥିଲା।

କିଭ୍‌ ପୋଷ୍ଟର ରିପୋର୍ଟ ଅନୁସାରେ , ୟୁକ୍ରେନୀ ସେନା ରବିବାର, ୨୦ ଜୁଲାଇରେ ସକାଳେ ରୁଷ୍‌ର ରାଜଧାନୀ ମସ୍କୋ ଓ ଆଖପାଖ ଅଞ୍ଚଳରେ ବଡ଼ ସ୍ତରରେ ଡ୍ରୋନ ହମଲା କରିଥିଲା। ରୁଷୀୟ ଟେଲିଗ୍ରାମ୍‌ ଚ୍ୟାନେଲ ଅନୁସାରେ , ଜେଲେନୋଗ୍ରାଦର ଉପନଗରୀୟ ସହର ବାସିନ୍ଦା ମାନେ ବିସ୍ଫୋରଣର ଶବ୍ଦ ଶୁଣିବାର ସୂଚନା ଦେଇଥିଲେ। ଧମାକାରେ କିଛି ବିଲ୍ଡିଂର କ୍ଷତି ହେବା ସହ ଝରକା ଭାଙ୍ଗି ଯାଇଛି। 

ଅନ୍ୟପଟେ , ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥା ମସ୍କୋର ମେୟର କହିଛନ୍ତି ଯେ, ସେମାନେ ରାତିସାରା ୧୪୨ ଟି ଡ୍ରୋନ୍‌ ମାଡ଼ କରି ଖସାଇ ଦେଇଛନ୍ତି , ଯେଉଁଥିରୁ ୨୭ଟି ମସ୍କୋ ଅଞ୍ଚଳରେ ଥିଲା। ଏହି ଡ୍ରୋନ୍‌ କଥିତ ଭାବେ ରୁଷ୍‌ର ୟୁରୋପୀୟ ଭାଗର ଅନେକ କ୍ଷେତ୍ର ଓ କଳା ସାଗର ଉପରେ ମାରି ଖସାଇ ଦିଆଯାଇ ଥିଲା। ମସ୍କୋର ମେୟର ସର୍ଗେଇ ସୋବୟାନିନ ଟେଲିଗ୍ରାମ୍‌ରେ ସ୍ଥାନୀୟ ସମାୟାନୁସାରେ ପାଖାପାଖି ସମୟ ୧୦: ୦୦ ( ୦୭ : ୦୦ ଜିଏମଟି)କହିଛନ୍ତି ଯେ, ନବୀନତମ ହମଲାରେ ରୁଷୀୟ ରାଜଧାନୀ ଆଡ଼କୁ ଆହୁରି ବଢୁଥିବା ୪ଟି ଡ୍ରୋନ୍‌ ସାମିଲ ଥିଲା ,ଯାହାକୁ ରବିବାର ସକାଳେ ମାରି ଖସାଇ ଦିଆଯାଇଛି। 

ରୁଷିଆର ବିମାନ ନିୟାମକ ରୋଜାଭିଏତସିଆ ଅନୁସାରେ , ମସ୍କୋରେ ସେବା ଯୋଗାଇ ଦେଉଥିବା ଚାରୋଟି ପ୍ରମୁଖ ବିମାନବନ୍ଦର –ଶେରେମେତ୍ୟେଭୋ , ଭନୁକୋଭୋ , ଡୋମୋଡେଡୋଭୋ ଓ ଝୁକୋଭସ୍କି –ଆକ୍ରମଣରେ ପ୍ରଭାବିତ ହୋଇଛି। ଫଳସ୍ୱରୂପ  ୧୩୪ଟି ବିମାନକୁ ସ୍ଥାନାନ୍ତର କରାଯାଇଛି। ମସ୍କୋ ସମୟ ସକାଳ ୧୦ : ୦୦ ଟା ସୁଦ୍ଧା ମସ୍କୋ ଅଞ୍ଚଳର ଭନୁକୋଭୋ ଓ କଲୁଗା ଅଞ୍ଚଳରେ ଗ୍ରେବତ୍ସେଭୋ ଏମିତି ଦୁଇଟି ବିମାନ ବନ୍ଦର ରହିଛି ଯାହା ଯାତାୟାତ ପାଇଁ ବନ୍ଦ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.