ଆତଙ୍କବାଦ ସମ୍ପର୍କ ଲାଗି ହିଜବୁଲ ମୁଖ୍ୟଙ୍କ ପୁଅ ସମେତ ୪ ହରାଇଲେ ସରକାରୀ ଚାକିରୀ

Published By : Prameya-News7 Bureau | August 13, 2022 IST

ଜମ୍ମୁ ୧୩।୮: ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆତଙ୍କବାଦ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏଥିରେ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଲାଗି ବିଟା କରାଟେଙ୍କ ପତ୍ନୀ ଓ ସୟଦ ସଲାହଉଦ୍ଦିନଙ୍କ ପୁଅ ସମେତ ୪ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ସେମାନଙ୍କ ଉପରେ ଆତଙ୍କବାଦୀଙ୍କ ସହ ସମ୍ପର୍କର ଅଭିଯୋଗ ରହିଛି। ଏଣୁ ସେମାନଙ୍କୁ ସେବାରୁ ବହିଷ୍କାର କରିଦିଆଯାଇଛି। ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ପରେ ବିଜେପି ବୟାନ ଜାରି କରିଛି।

ବୟାନରେ ଜମ୍ମୁ-କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରୈନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦୀ ସଙ୍ଗଠନଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କ ଉପରେ କଡ଼ା ପ୍ରହାର କରିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ଶୀର୍ଷ ଆତଙ୍କବାଦୀ ଫାରୁଖ ଅହମ୍ମଦ ଡାର ଓରଫ ବିଟ୍ଟା କାରଟେଙ୍କ ପତ୍ନୀ ଅସବାହ ଆରଜୁମନ୍ଦ ଖାନ ୨୦୧୧  ବ୍ୟାଚ୍ ଜମ୍ମୁ-କାଶ୍ମୀର ଆଡମିନେଷ୍ଟ୍ରେଟିଭ ସର୍ଭିସେସ୍ (ଜେକେଏଏସ୍)  ଅଧିକାରୀ।

{"id":670210,"width":839,"height":516,"sizeSlug":"full","linkDestination":"none"}

ସେହିପରି ମୁହିତ ଅହମଦ ଭଟ୍ଟ କାଶ୍ମୀର ବିଶ୍ୱବିଦ୍ୟାଳୟରୈ ବୈଜ୍ଞାନିକ ଗ୍ରେ-ଡି ପଦବୀରେ ଅବସ୍ଥାପିତ ଥିବା ବେଳେ ମାଜିଦ ହୁସୈନ କାଦରୀ କାଶ୍ମୀର ବିଶ୍ୱବିଦ୍ୟାଳୟରେ ବରିଷ୍ଠ ସହାୟକ ପ୍ରଫେସର ଓ ସୟଦ ସଲାହୁଦ୍ଦିନଙ୍କ ପୁଅ ସୟଦ ଅବଦୁଲ ମୁଇଦ୍ ଜେକେଇଡିଆଇ ରେ ମ୍ୟାନେଜର ଭାବେ ଅବସ୍ଥାପିତ ଥିଲେ। ସମ୍ବିଧାନର ଅନୁଚ୍ଛେଦ ୩୧୧ ଲାଗୁ କରି ସମସ୍ତଙ୍କୁ ଚାକିରୀରୁ ହଟାଇ ଦିଆଯାଇଛି।

କାର୍ଯ୍ୟାନୁଷ୍ଠାନ ସୂଚୀର ଶୀର୍ଷରେ ବିଟ୍ଟା କରାଟେଙ୍କ ପତ୍ନୀ ଅସବାହଙ୍କ ନାମ ରହିଛି। ବିଟ୍ଟାର ନିଜ ଆତଙ୍କବାଦ ସଙ୍ଗଠନ ସମେତ ଆଇଏସଆଇ ସମ୍ପର୍କ ମଧ୍ୟ ରହିଛି। କରାଟେଙ୍କ ଟ୍ରାୟଲ କାଳରେ ତାଙ୍କ ପତ୍ନୀ ଅସବାହ ଚର୍ଚ୍ଚାକୁ ଆସିଥିଲେ। ଅସବାହ ୨୦୦୩ରେ ଶେର-ଏ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ବିଶ୍ୱବିଦ୍ୟାଳୟରେ ପ୍ରଥମେ ନିଯୁକ୍ତି ପାଇଥିଲେ। ତେବେ ଚାକିରୀରେ ନିଯୁକ୍ତି ଦିନରୁ ସେ ଅନୁପସ୍ଥିତ ଥିଲେ ଦୀର୍ଘ ୪ ବର୍ଷ କାଳ କାମକୁ ନ ଆସି ବରଖାସ୍ତ ହେବା ପର୍ଯ୍ୟନ୍ତ ତାଙ୍କ ନିଯୁକ୍ତି ଉପରେ କେହି ପ୍ରଶ୍ନ ବି ଉଠାଇ ନଥିଲେ। ତେବେ ସେ ଏହି ଅନୁପସ୍ଥିତ ସମୟରେ ଜର୍ମାନୀ, ୟୁକେ, ହେଲସିଙ୍କି, ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ଆଦି ଦେଶ ଗସ୍ତ କରିଥିଲେ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.