ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ମହାଦୁର୍ନୀତି : SHG ଗ୍ରୁପ ନାଁରେ ନିଜ ଆକାଉଣ୍ଟକୁ ଟଙ୍କା ନେଲେ MBK, CRP, EC ମେମ୍ବର

Published By : Prameya-News7 Bureau | September 26, 2024 IST

ଦାରିଙ୍ଗବାଡି ୨୬।୯: ସରକାର ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ମହିଳା SHG ଗ୍ରୁପ ଗଠନ କରିବା ସହିତ କିଭଳି ମହିଳା ମାନେ ରୋଜଗାର କରି ନିଜେ ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାର ପ୍ରତ୍ୟେକ ଗାଁ, ପଞ୍ଚାୟତ ଗୁଡିକରେ ଜୀବିକା ମିଶନ ନାମରେ ଗଠନ ହେଲା ଗ୍ରୁପ । ଗ୍ରୁପରେ ନିଯୁକ୍ତି ଦିଆଗଲା   

MBK, CRP, E.C ମେମ୍ବର । ହେଲେ ଦାଇତ୍ୱ ପାଇଥିବା ମହିଳା କର୍ମଚାରୀ ନିଜ ଫାଇଦା ପାଇଁ ଆଖି ଦେଖାଣିଆ ଗ୍ରୁପ ନାମରେ ଓ ଏଲଏମ ମହାସଙ୍ଘରୁ ଆସିଥିବା ୧୨ ଲକ୍ଷ ଟଙ୍କାକୁ ୪ଟି ଗ୍ରୁପକୁ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇ ବଳକା ଟଙ୍କାକୁ ନିଜ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାପଡ଼ିଛି । ଯାହା ଦୁଇଟି ଚେକ୍ ମାଧ୍ୟମରେ ତାଙ୍କ ଖାତାକୁ ଯାଇଛି । ପ୍ରଥମେ ମା ଶାରଳା SHG ଗ୍ରୁପକୁ ୨ ଲକ୍ଷ, ସଂନ୍ୟାଗାନ୍ଧୀ SHG ଗ୍ରୁପକୁ ୫୦ ହଜାର ଟଙ୍କା, ଅମର SHG ଗ୍ରୁପ ନାମରେ ପଚାଶ ହଜାର ଟଙ୍କା ଏବଂ ମା ରାଜେଶ୍ଵରୀ ଗ୍ରୁପ ନାମରେ ୫୦ ହଜାର ଟଙ୍କା ନେଇଥିଲେ । ବଳକା ଟଙ୍କାକୁ MBK ଅବିତା ପାଟମାଝୀ, CRP କୁନିମା ପ୍ରଧାନ, ସଂଯୁକ୍ତା ପ୍ରଧାନ ନିଜ ଆକାଉଣ୍ଟକୁ ଲକ୍ଷେ ଟଙ୍କା ନେଇଥିବା ବେଳେ E.C ମେମ୍ବର୍, ସଭାପତି ତିମତି ଦିଗାଳ  ସମେତ ଭାଗ୍ୟ ଦିଗାଳ, ରୀନା ଦିଗାଳ, କାମଜିନି ଦିଗାଳ ଲକ୍ଷେ ଟଙ୍କା ନେଇଥିବା ବେଳେ ମାମି ପ୍ରଧାନ, ସେମାଜିନି ଦିଗାଳ ୫୦ ହଜାର ଟଙ୍କା ନିଜ ବ୍ୟାଙ୍କ ଖାତାରେ ଜମା କରି ନିଜେ ବ୍ୟାଙ୍କରୁ ଉଠାଇ ନେଇଥିବା ପ୍ରମାଣ ରହିଛି । ଖାଲି ସେତିକି ନୁହେଁ MBK ଅବିତା ପାଟମାଝି ପଞ୍ଚାୟତର କିଛି ଲୋକଙ୍କୁ ଚାକିରି କରାଇଦେବା କହି ଜଣକ ପିଛା ୧୦ ହଜାର ଟଙ୍କା ଲେଖାଏଁ ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ୧୫.୧.୨୦୧୫ରେ ଆରମ୍ଭ ହୋଇଥିବା SHG ଗ୍ରୁପ ମହିଳାଙ୍କ ଟଙ୍କା ଖାଇଗଲେ MBK, CRP, E.C ମେମ୍ବର, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଟଙ୍କା ଆତ୍ମସାତ କରିବା ଅଭିଯୋଗ ହୋଇଛି । ପରେ ଦାରିଙ୍ଗିବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତକାରୀ ଦଳ ଗୁମିକିଆରେ ପହଞ୍ଚି ଘଟଣାର ତଦନ୍ତ କରିବା ପରେ MBK  ଅବିତା ପାଟମାଝିଙ୍କୁ ଆତ୍ମସାତ କରିଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ପଞ୍ଚାୟତରେ ବୈଠକ ବସିଥିଲା । କିଛି ସମାଧାନ ନହେବାରୁ ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା । ଏହାର ତଦନ୍ତ ପାଇଁ ପଞ୍ଚାୟତବାସୀ ଦାବି କରିବା ସହିତ ଯେଉଁ ମାନେ SHG ଗ୍ରୁପ ନାମରେ ଆସିଥିବା ଟଙ୍କାକୁ ନିଜ ନିଜ ଆକାଉଣ୍ଟ ନେଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.