Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ

6/10/2022 at 8:26 AM

ମେକ୍ସିକୋ ୦୬/୧୦: ଆମେରିକାରେ ଗୁଳିମାଡର ପ୍ରଭାବ ଏବେ ପଡୋଶୀ ଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଗୁରୁବାର ମେକ୍ସିକୋରେ ଆଖିବୁଜା ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମେକ୍ସିକୋ ସିଟି ହଲରେ ଆତତାୟୀ ଗୁଳିମାଡ କରିଥିଲେ । ଯେଉଁଥିରେ ମେୟରଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୁଧବାର ରାତିରେ ବନ୍ଧୁକଧାରୀମାନେ ଗୁରେରୋ ରାଜ୍ୟର ସାନ ମିଗେଲ ଟୋଟୋଲାପାନର ନଗର ହଲରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳିରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ମେୟର କନରାଡୋ ମେଣ୍ଡୋଜା, ତାଙ୍କ ପିତା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ ୭ ଜଣ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ଘଟଣା ପରେ ପୋଲିସ ସମଗ୍ର ସହରକୁ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୋଲିସ । ତେବେ ଗୁଳିମାଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ହଲରେ କାନ୍ଥରେ ବୁଲେଟ୍ ମାର୍କ ଦେଖାଯାଉଛି ।

ସୂଚନା ଥାଉକି, ଆମେରିକାରେ ବହୁ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଏଭଳି ଘଟଣା ମେକ୍ସିକୋରେ ମଧ୍ୟ ଆରମ୍ଭ ହେବାରେ ଲାଗିଛି । ମେକ୍ସିକୋରେ ଘଟିଥିବା ଘଟଣାରେ ଡ୍ରଗ୍ସ ତସ୍କରୀଙ୍କ ହାତ ଥିବା ଅନୁମାନ କରାଯାଉଛି ।

   Related Posts