ଆମେରିକା: ପାର୍ଟିରେ ଫୁଟିଲା ଗୁଳି, ୧୩ ଆହତ, ୪ ଗୁରୁତର

Published By : Prameya-News7 Bureau | December 22, 2019 IST

ଶିକାଗୋ ୨୨।୧୨:  ଦକ୍ଷିଣ ଆମେରିକୀୟ ସହର ଶିକାଗୋରେ ରବିବାର ଘଟିଛି ଅଭାବନୀୟ କାଣ୍ଡ। ଏକ ଘରେ ପାର୍ଟି ଅନୁଷ୍ଠିତ ହେଉଥିବା ବେଳେ ଅନ୍ଧାଦୁନିଆ ଗୁଳି ଫୁଟିଛି।  ଫଳରେ ପାର୍ଟିରେ ଯୋଗଦେଇଥିବା ୧୩ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି। ଗୁଳିକାଣ୍ଡରେ ଆହତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

{"id":201237,"sizeSlug":"large"}

ଏଙ୍ଗଲଉଡର ଏକ ଘରେ ମୃତକଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ହୋଇଛି। ଘଟଣାରେ ଆହତମାନଙ୍କ ବୟସ ୧୬ରୁ ୪୮ ବର୍ଷ ବୟସ ମଧ୍ୟରେ ବୋଲି ପାଟ୍ରୋଲ ଚିଫ୍ ଫ୍ରେଡ ୱାଲର କହିଛନ୍ତି। ମାମଲାରେ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରାଯାଉଛି।

{"id":201238,"width":578,"height":397,"sizeSlug":"large"}

ଘର ଭିତରେ ଓ ବାହାରେ ଏହି ଗୁଳିକାଣ୍ଡ ହୋଇଥିଲା। ପ୍ରଥମେ କାର୍ଯ୍ୟକ୍ରମ ସ୍ଥଳରେ ଗୁଳି ଫୁଟିଥିଲା। ଫଳରେ ଲୋକେ ଇତସ୍ତତ ହୋଇ ପଳାଇଯାଉଥିବା ବେଳେ ବାହାରେ ମଧ୍ୟ ଗୁଳି କରାଯାଇଥିଲା। ଏପର୍ଯ୍ୟନ୍ତ ଏପରି କୌଣସି ଘଟଣା ଘଟିନଥିବା ପାଟ୍ରୋଲ ଚିଫ୍ ୱାଲ କହିଛନ୍ତି। ତେବେ ଅଟକ ଲୋକେ ହୁଏତ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇପାରନ୍ତି ବୋଲି ୱାଲ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.