Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ, କହିଲେ- ଲୋକତନ୍ତ୍ର ପାଇଁ ବିପଦ ନେତନ୍ୟାହୁ

27/03/2023 at 8:34 PM

ନୂଆଦିଲ୍ଲୀ, ୨୭/୦୩: ଇସ୍ରାଏଲରେ ପୁଣି ଥ​ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି। ବହୁସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ନେତନ୍ୟାହୁଙ୍କ ବିରୋଧରେ ନାରା ଲଗାଇଛନ୍ତି। ସୂଚନାଥାଉ, ନେତନ୍ୟାହୁ ନିଜ ସରକାରଙ୍କ ରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ, ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦର୍ଶନକାରୀ ଅଭିଯୋଗ କରିଛନ୍ତି ଯେ ନେତନ୍ୟାହୁ ଲୋକତନ୍ତ୍ର ପାଇଁ ବିପଦ ଭଳି ପରିଲକ୍ଷିତ ହେଉଛି।

ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ସରକାରଙ୍କ ରକ୍ଷା ମନ୍ତ୍ରୀ ୟାବ ଗ୍ଲାଣ୍ଟଙ୍କୁ ବରଖାସ୍ତ କରିଥିଲେ। ଯାହାପରଠାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଜେରୁଜେଲମ୍‌ ସ୍ଥିତ ନେତନ୍ୟାହୁଙ୍କ ଘର ବାହାରେ ମଧ୍ୟ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ହଙ୍ଗାମା କାରଣୁ ପୋଲିସ୍‌ ଏବଂ ସେନା ଜବାନ ପ୍ରଦର୍ଶନକାରୀଙ୍କ ଉପରକୁ ପାଣି ମାଡ଼ କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ବିଚାରପତି ଏବଂ ସରକାରଙ୍କ ମଧ୍ୟରେ ବିବାଦ ଲୋକତନ୍ତ୍ର ପାଇଁ ବିପଦ। ଭ୍ରଷ୍ଟାଚାର ମାମଲାରେ ଘେରିଥିବା ପ୍ରଧାନମନ୍ତ୍ରୀ ନିଜକୁ ଜେଲ୍‌ରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ବିରୋଧ କାରଣରୁ ତେଲ ଅବୀବ ସହର ସ୍ଥିତ ବେନ ଗୁରିୟନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଧ୍ୟ ଉଡ଼ାଣ ଠପ୍ ରହିଛି। ବିମାନବନ୍ଦର କର୍ମଚାରୀଙ୍କ ୟୁନିୟନ ଦେଶରେ ବିରୋଧ କରିବାର ପ୍ରଥମ ସଂଗଠନ। ସୋମବାର ଦେଶର ସବୁଠୁ ବଡ଼ ବାଣିଜ୍ୟିକ ସଂଗଠନ ମଧ୍ୟ ଗୋଟିଏ ଦିନ ପାଇଁ ଧର୍ମଘଟ ପାଇଁ ଘୋଷଣା କରିଛି। ଫଳରେ ବନ୍ଦ କାରଣରୁ ଅର୍ଥବ୍ୟବସ୍ଥାକୁ ବେଶ୍ କ୍ଷତି ପହଞ୍ଚିଛି। ସଂଗଠନର ଅଧ୍ୟକ୍ଷ ଅର୍ନୋନ୍‌ ବାର ଡେଭିଡ୍‌ କହିଛନ୍ତି ଯେ ଏହି ନ୍ୟାୟିକ ପ୍ରଣାଳୀକୁ ସମୟ ପୂର୍ବରୁ ରୋକନ୍ତୁ, ନହେଲେ ବହୁତ ଡେରି ହୋଇଯିବ।

ସେପଟେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍‌ ହରଜୋଗ ନେତନ୍ୟାହୁଙ୍କୁ ବୁଝାଇବା ସହ ନ୍ୟାୟିକ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ କହିଛନ୍ତି। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ନଫ୍‌ତାଲି ବେନେଟ୍ ମଧ୍ୟ ନେତନ୍ୟାହୁଙ୍କ ସହ କଥା ହୋଇଛନ୍ତି। ଆମେରିକା ମଧ୍ୟ ନେତନ୍ୟାହୁଙ୍କ ସହ କଥା ହୋଇଛି।

   Related Posts