ବ୍ରହ୍ମପୁରରେ ସାମୂହିକ ବିବାହ ଉତ୍ସବ ; ବିବାହ କଲେ ୬ଯୋଡି ବରକନ୍ୟା
19/01/2019 at 3:57 PM

ବ୍ରହ୍ମପୁର ୧୯|୧: ବ୍ରହ୍ମପୁରରେ ଇନର୍ ହ୍ବିଲ୍ କ୍ଳବ୍ ପକ୍ଷରୁ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬ ଜଣ ବର ଓ କନ୍ୟାଙ୍କୁ ଏକତ୍ରିତ ଭାବେ ବିବାହ କରାଯାଇଛି । ଗରିବ ଆର୍ଥିକ ଅନଗ୍ରସର ଶ୍ରେଣୀର ଯୁବକ ଯୁବତୀଙ୍କର ବିବାହ କରାଯାଇଥିବା କ୍ଳବ୍ ପକ୍ଷରୁ କୁହାଯାଇଛି।

ଆର୍ଥିକ ଅନାଟନ ଓ ଗରିବ ଯୋଗୁଁ ଯେଉଁମାନଙ୍କର ବିବାହ ହୋଇପାରୁନଥିଲା କ୍ଲବ୍ ପକ୍ଷରୁ ସେମାନଙ୍କର ବିବାହ କରାଯାଇଛି । କ୍ଲବ୍ ର ଏଭଳି ପଦକ୍ଷେପ ଯୋଗୁଁ ଯୁବତୀ ଯୁବକମାନଙ୍କର ବିବାହ ହୋଇପାରିଥିବାରୁ ବହୁତ ଖୁସି ଥିବା କହିଛନ୍ତି ପରିବାରଲୋକ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023