ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କରୋନା ଭୟ : ଟ୍ବିନ୍ ସିଟିରେ ସବୁ ସଭା ସମିତି ରଦ୍ଦ, ଗାନ୍ଧୀ ମାର୍ଗରେ ଧାରଣା ମନା

13/03/2020 at 3:16 PM

ଭୁବନେଶ୍ବର ୧୩।୩: ଓଡିଶାକୁ କରୋନା ସଂକ୍ରମଣର ଭୟ । କରୋନା ସଂକ୍ରମଣ ରୋକିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ବିଟ୍ ସିଟିରେ ସମସ୍ତ ସଭା ସେମିତିକୁ ରଦ୍ଦ କରାଯାଇଛି । ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି କମିସନରେଟ୍ ପୋଲିସ। ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାରେ ବସି ପାରିବେନି ଆନ୍ଦୋଳନକାରୀ । ଏହା ସହ ସଭା ସମିତି ପାଇଁ ଆଗରୁ ଦିଆଯାଇଥିବା ସମସ୍ତ ଅନୁମତିକୁ ମଧ୍ୟ ରଦ୍ଦ କରାଯାଇଛି ।

ପୋଲିସ ବାରକକୁ ନେଇ ପୋଲିସ ମଧ୍ୟ ସଚେତନ ଅଛି । ଯେଉଁ କର୍ମଚାରୀମାନଙ୍କ ଦେହ ଖରାପ ହେବ, ସଂଗେ ସଂଗେ ସେମାନଙ୍କୁ ଛୁଟି ଦିଆଯିବୀ ନେଇ ନିଷ୍ପତ୍ତି ନିଆଯାଇଛି । ପିସିଆରଗୁଡିକ ସିନେମା ହଲ୍ ଓ ସୁଇମିଂ ପୁଲକୁ ପଠାଯାଇଛି ବନ୍ଦ କରିବାକୁ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କରୋନା ଭାଇରସ୍ କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ଘୋଷଣା କରିଥିବା ବେଳେ ସୁଇମିଂ ପୁଲ୍, ଜିମ୍, ସିନେମା ହଲ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

   Related Posts