ଟିପିସିଓଡିଏଲର ଜନବିରୋଧୀ କାର୍ଯ୍ୟ ବିରୋଧରେ ଗଣ ଆନ୍ଦୋଳନ

Published By : Prameya-News7 Bureau | August 23, 2022 IST

ସାଲେପୁର ୨୩।୮: ଟିପିସିଓଡିଏଲ ବିଦ୍ୟୁତ ବିଭାଗର ଜନବିରୋଧୀ କାର୍ଯ୍ୟ ବିରୋଧରେ ୮ ଦଫା ଦାବି ନେଇ ଗଣ ଆନ୍ଦୋଳନ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ମଧୁସୂଦନ ବଜାର କମିଟି, ପାଗା ଛକ ପକ୍ଷରୁ ଟିପିସିଓଡିଏଲ ବିଦ୍ୟୁତ ବିଭାଗର ଜନବିରୋଧୀ କାର୍ଯ୍ୟ ବିରୋଧରେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବହୁଗ୍ରାମ ଟିପିସିଓଡିଏଲ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଗଣ ଆନ୍ଦୋଳନର ପ୍ରମୁଖ ଦାବିଗୁଡିକ ହେଲା ପ୍ରିପେଡ ମିଟର ବତିଲ, ଅଘୋଷିତ ବିଦ୍ୟୁତ କାଟ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା, ଅନଲାଇନ ବିଦ୍ୟୁତ ବିଲ୍ ପୈଠକୁ ବନ୍ଦ କରିବା, ବଜାରରେ ଲଗାଯାଇଥିବା ଷ୍ଟ୍ରିଷ୍ଟ ଲାଇଟରେ ପ୍ରିପେଡ ମିଟର ଉଚ୍ଛେଦ, ବଜାର ଦୋକାନ ଗୃହ ଉପରେ ଯାଇଥିବା ୧୧ କେଭି ଲାଇନକୁ ସ୍ଥାନାନ୍ତର କରିବା ଭଳି ୮ଦଫା ଦାବି ନେଇ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିପିସିଓଡିଏଲ ସାଲେପୁର ଡିଭିଜନ କାର୍ଯ୍ୟନିର୍ବାହୀଙ୍କୁ ମଧୁସୂଦନ ବଜାର କମିଟି ପକ୍ଷରୁ ପ୍ରଦାନ କରାଯାଇଛି ।ଯଦି ଆଗାମୀ ଦିନରେ ପ୍ରମୁଖ ଦାବିଗୁଡିକ ପୂରଣ କରାନଯାଏ ଆନ୍ଦୋଳନ ତୀବ୍ରତର ଜରାଯିବ ବୋଲି ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.