ଢେଙ୍କାନାଳ ସହର କୋରିଆଁରେ ଚାନ୍ଦା ନଦେବାରୁ ସଂଘବଦ୍ଧ ଆକ୍ରମଣ

Published By : Prameya-News7 Bureau | October 14, 2018 IST

ଢ଼େଂକାନାଳ;୧୪/୧୦- ଚାନ୍ଦା ନଦେବାରୁ ଫାର୍ସା ଚୋଟ ସଂଘବଦ୍ଧ ଆକ୍ରମଣରେ ପାଣି ଫ୍ୟାକ୍ଟ୍ରି ମାଲିକ ଗୁରୁତର । ଗୁରୁତର ଅବସ୍ଥାରେ କଯକ ସ୍ଥାନାନ୍ତରିତ। ଢେଙ୍କାନାଳ ସହର କୋରିଆଁ ବାଏପାସ ଲକ୍ଷ୍ମୀପୂଜା ଚାନ୍ଦାକୁ ନେଇ ଜୁଲମ ।ଚାନ୍ଦା ଜୁଲମକୁ ନେଇ ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସ  ମହାନିର୍ଦ୍ଦେଶକଙ୍କ  ପକ୍ଷରୁ  ଆଡ଼ଭାଇଜରି ଜାରି କରାଯାଇଥିଲେ ମଧ୍ୟ ଏହି ଜାନ୍ଦା ଜୁଲମ କମିନାହିଁ । ଏପରି ଏକ ଘଟଣା ଢେଙ୍କାନାଳ ସହରରେ ଆଜି ଦେଖିବାକୁ ମିଳିଛି । ଲକ୍ଷ୍ମୀପୂଜା ଚାନ୍ଦା ନଦେବାରୁ ସହରର କୋରିଆଁ ବାଏପାସ ନିକଟରେ ଥିବା ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜରସ ନାମକ ଏକ ପାଣି ଫ୍ୟାକ୍ଟ୍ରି ମାଲିକ ରାକେଶ ଆଚାର୍ଯ୍ୟ ମରଣାନ୍ତକ  ଆକ୍ରମଣର  ଶିକାର ହୋଇଛନ୍ତି । ସ୍ଥାନୀୟ  ବସ୍ତିର  କତେକ  ଯୁବକ ରାକେଶଙ୍କୁ  ଲୁହା ରଡରେ  ମାଡ ସାଙ୍ଗକୁ ଫାର୍ସା ଚୋଟରେ ହାଣି ଗୁରୁତର କରିଛନ୍ତି । ତାଙ୍କୁ ଚିକତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଅପରାହ୍ନରେ ତାଙ୍କ ଫ୍ୟାକ୍ଟ୍ରିକୁ ସ୍ଥାନୀୟ ଜୁଆଙ୍ଗସାହିର କତେକ ଯୁବକ ଲକ୍ଷ୍ମୀପୂଜା ଚାନ୍ଦା ମାଗି ଯାଇଥିଲେ । ମାତ୍ର ତାଙ୍କଠାରୁ ପ୍ରତିବର୍ଷ କୋରିଆଁ ଛକ ପୂଜା ପ୍ରତିଷ୍ଟାନ ନେଉଥିବାରୁ ସେ ତାଙ୍କୁ ଚାନ୍ଦା ଦେବାକୁ ମନା କରିଥିଲେ । ପରେ ସେ ପାଖ ହଟେଲକୁ ଖାଇବାକୁ ଯାଇଥିବା ବେଳେ ତାଙ୍କୁ ସେହି ଯୁବକମାନେ ଏପରି ମରଣାନ୍ତକ ଆକ୍ରମଣ କରିଥିବା ଗୁରୁତର ରାକେଶ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଢେଙ୍କାନାଳ ଟାଉନ ଥାନାରେ ରାକେଶ ଅଭିଯୋଗ କରିଥିବା ବେଳେ ଆକ୍ରମଣ କରିଥିବା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ ହୋଇଛି । ତେବେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଥିବା ଢେଙ୍କାନାଳ ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.