scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏୟାର ଷ୍ଟ୍ରାଇକରେ ଅଜହର ମସୁଦର ଶଳା ୟୁସୁଫ ନିହତ !କାନ୍ଦାହାର ବିମାନ ଅପହରଣର ମୁଖ୍ୟ ଥିଲା

26/02/2019 at 2:56 PM

ଦିଲ୍ଲୀ ୨୬/୨ : ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହରକୁ ପାକିସ୍ତାନୀ ଏଜେନ୍ସି ଲୁଚାଇ ରଖିଛନ୍ତି | ଅଜହରକୁ ରାୱଲପିଣ୍ଡିରୁ ବହାବଲପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ଅଜହରର ଶଳା ୟୁସୁଫ ଅଜହର ଆଜି ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ ନିହତ ହୋଇଛି | ୟୁସୁଫ ଵାଲାକୋଟରେ ଅଜହରର ନିର୍ଦେଶରେ ଆତଙ୍କୀ ଶିବିର ଚଲାଉଥିଲା | ଜୈସ ଆତଙ୍କବାଦୀଙ୍କୁ ୟୁସୁଫ ହିଁ ଟ୍ରେନିଂ ଦେଉଥିଲା | ଆଜି ଏୟାର ଷ୍ଟ୍ରାଇକରେ ୟୁସୁଫ ପ୍ରାଣ ହରାଇଛି | ଏହା ଭାରତ ପାଇଁ ଏକ ବଡ ସଫଳତା | ଵାଲାକୋଟରେ ୟୁସୁଫ ଆତଙ୍କୀ ହମଲା ପାଇଁ ବୋମା ତିଆରି କରିବା ଟ୍ରେନିଂ ମଧ୍ୟ ଦେଉଥିଲା | ୟୁସୁଫର ଅନ୍ୟ ନାମ ଉସ୍ତାଦ ଗୌରୀ | ୟୁସୁଫ ବହୁ ବର୍ଷ ହେଲା ଜୈସ ସାମିଲ ହୋଇ ଆତଙ୍କୀ କାରବାର ଚଲାଇଥିଲା | କିନ୍ତୁ ସେ କେବେ ସାମ୍ନାକୁ ଆସିନଥିଲା | ୧୯୯୯ କାନ୍ଧାର ବିମାନ ଅପହରଣରେ ୟୁସୁଫ ଅଜହର ସାମିଲ ଥିଲା | ଅପହରଣକର୍ତ୍ତାଙ୍କ ଟିମର ମୁଖ୍ୟ ଥିଲା ୟୁସୁଫ | ୟୁସୁଫର ନିର୍ଦେଶାନୁସାରେ ବିମାନ ଅପହରଣ କରାଯାଇଥିଲା | ବିମାନ ଅପହରଣ ବଦଳରେ ଭାରତରେ କଏଦ ଥିବା ମସୁଦ ଅଜହରର ମୁକ୍ତି ଦାବି କରିଥିଲେ ଅପହରଣକର୍ତ୍ତା | ଅଜହର ମୁକ୍ତ ହେବାପରେ ଜୈସର ସବୁ କାମ ୟୁସୁଫ ବୁଝାବୁଝୀ କରୁଥିଲା | ଏହାପରେ ଅଜହର ୟୁସୁଫକୁ ସଂଗଠନର ମହତ୍ଵପୁର୍ଣ ଦାୟିତ୍ୱ ଦେଇଥିଲା |


ଜୈସ ମୁଖ୍ୟ ଅଜହର କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକାରେ ସବୁଠାରୁ ଶୀର୍ଷରେ ରହିଛି | ୧୯୯୪ ମସିହାରେ ଅଜହରକୁ ଶ୍ରୀନଗରରୁ ଗିରଫ କରାଯାଇଥିଲା | ୧୯୯୫ ମସିହାରେ ଅଜହରର ମୁକ୍ତି ପାଇଁ ସଂଗଠନର ଅନ୍ୟ ଆତଙ୍କୀ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଥିଲେ | ପର୍ଯ୍ୟଟକ ଆତଙ୍କବାଦୀଙ୍କ ଫାସରୁ ଫେରାର ହେବାରେ ସକ୍ଷମ ହୋଇଥିଲା | ଏହାପରେ ୧୯୯୯ ମସିହାରେ କାନ୍ଧାର ବିମାନ ଅପହରଣ କରି ଆତଙ୍କବାଦୀମାନେ ଅଜହରକୁ ମୁକ୍ତ କରି ନେଇଯାଇଥିଲେ | ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ | ବିମାନରେ ଥିବା ୧୭୮ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ଅଜହରକୁ ଜେଲରୁ ମୁକ୍ତ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ |


ଭାରତରୁ ମୁକ୍ତ ହେବାପରେ ଅଜହର ସଂସଦରେ ଆକ୍ରମଣ କରିଥିଲା | ୨୦୦୮ ମସିହାରେ ମୁମ୍ବାଇ ଆତଙ୍କୀ ହମଲାରେ ମଧ୍ୟ ଅଜହରର ଭୂମିକା ରହିଛି ବୋଲି କୁହାଯାଏ | ୨୦୧୬ ମସିହାରେ ପଠାନକୋଟରେ ଭାରତୀୟ ସେନା ଉପରେ ହମଲା କରିଥିଲା ଅଜହର | ଏହାପରେ ଆନ୍ତର୍ଜାତିକ ସ୍ଥରରେ ଅଜହରର କଳା କାରନାମା ସାମ୍ନାକୁ ଆସିଥିଲା | ଏହାପରେ ଅଜହର ବିରୋଧରେ ଇଣ୍ଟରପୋଲ ଦ୍ୱିତୀୟଥର ପାଇଁ ରେଡି କର୍ଣ୍ଣର ନୋଟିସ ଜାରି କରିଥିଲା | ଅଜହରକୁ ଆନ୍ତର୍ଜାତିକ ସ୍ଥରରେ ଆତଙ୍କବାଦୀ ଘୋଷଣା କରେଇବା ପାଇଁ ଚେଷ୍ଟା କରିଥିଲା | ଭାରତର ଏହି ପ୍ରୟାସରେ ଆମେରିକା ସହମତି ଜଣାଇଥିଲା | କିନ୍ତୁ ଚୀନ ଅଜହର ମାମଲାରେ ସବୁବେଳେ ପଛଘୁଞ୍ଚା ଦେଇ ଆସିଛି |


ଅଜହର ବିରୋଧରେ ପ୍ରମାଣ ଦେବାପରେ ମଧ୍ୟ ପାକିସ୍ତାନ ଅଜହର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ତାକୁ ହିରୋ ଭଳି ସୁରକ୍ଷିତ ରଖିଛି | ମୁମ୍ବାଇ ଆତଙ୍କୀ ହମଲା ପରେ ମଧ୍ୟ ପାକିସ୍ତାନ ଅଜହରକୁ ଗିରଫ କରିବା ପାଇଁ ମନା କରିଦେଇଥିଲା | ଅଜହର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ସଦସ୍ୟ |

   Related Posts