ମାସୁଦ ଆଝାରର ମୃତ୍ୟୁ ଖବର ଗୁଜବ କି ? ମୃତ୍ୟୁକୁ ନେଇ ହୋଇଥାଇପାରେ ଏହି ୪ଟି କାରଣ

Published By : Prameya-News7 Bureau | March 04, 2019 IST

ଦିଲ୍ଲୀ ୪/୩ : ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମାସୁଦ ଆଝାରର ମୃତ୍ୟୁ ଖବର ଶୁଣି ଭାରତରେ ଖୁସି ଦେଖା ଦେଇଛି | କିନ୍ତୁ ମାସୁଦର ମୃତ୍ୟୁ ଖବର କେତେ ସତ କେତେ ମିଛ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ମାସୁଦର ମୃତ୍ୟୁ ଖବର ଏକ ଛଳନା ମଧ୍ୟ ହୋଇଥାଇପାରେ | କାରଣ ପୁଲୱାମା ହମଲା ପରେ ପାକିସ୍ତାନ ସରକାର ଏବଂ ଆଇଏସଆଇକୁ ଲଗାତାର ଭାରତ ଟାର୍ଗେଟ କରି ଆସୁଛି | ଆନ୍ତର୍ଜାତିକ ଚାପ ଏବଂ ଭାରତ ପାଖରେ ମାସୁଦ ବିରୋଧରେ ଥିବା ପ୍ରମାଣ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଯାଇଛି | ପାକିସ୍ତାନର ଏହି ଚାଲ ପଛରେ ୪ଟି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି |

୧. ପାକିସ୍ତାନ ମାସୁଦକୁ ଅଣ୍ଡର ଗ୍ରାଉଣ୍ଡ କରିଥାଇପାରେ - ମାସୁଦ ଆଝାରର ମୃତ୍ୟୁ ଖବର ଗତକାଲି ନିଆଁ ଭଳି ପୁରା ଦୁନିଆରେ ଖେଳି ଯାଇଛି | କ୍ଷଣକେ ଏହି ଖବର ସୋସିଆଲ ମିଡ଼ିଆରେ ମଧ୍ୟ ଛାଇ ଗଲା | କିନ୍ତୁ ଆତଙ୍କୀ ମାସୁଦ ଆଝାର ଅଚାନକ ମୃତ୍ୟୁ ଖବର ବିଶ୍ୱାସଯୋଗ୍ୟ ନୁହେଁ | ଏହି ଖବର ଉପରେ ବିଶ୍ୱାସ କରିବା ସହଜ ନୁହେଁ | ପୁଲୱାମା ହମଲା ଏବଂ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସରକାର ଏବଂ ଆଇଏସଆଇ ନିଜେ ହିଁ ମାସୁଦକୁ ଅଣ୍ଡର ଗ୍ରାଉଣ୍ଡ କରିଦେଇଥିବା ବୋଲି ସନ୍ଦେହ କରାଯାଉଛି |

{"id":90550}

୨. ମାସୁଦ ଆଝାରର ମୃତ୍ୟୁ ଏକ ଡ୍ରାମା - ମାସୁଦ ଆଝାରକୁ ନେଇ ଲଗାତାର ପାକିସ୍ତାନ ଉପରେ ଚାପ ପକାଯାଉଛି | ମାସୁଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁ ଦେଶ ପାକିସ୍ତାନ ଉପରେ ଚାପ ପକାଉଛନ୍ତି | ଏଥିପାଇଁ ଭାରତ ପାକିସ୍ତାନକୁ ୧୪ ପୃଷ୍ଠାର ଡୋଜିୟର ମଧ୍ୟ ପ୍ରଦାନ କରିଛି | ପୁଲୱାମା ହମଲାରେ ଜୈସର ହାତ ଥିବା ଡୋଜିୟର ପ୍ରମାଣ ସହିତ ଭାରତ ପାକିସ୍ତାନକୁ ପ୍ରଦାନ କରିଛି | ପାକିସ୍ତାନ ସରକାର ଆଉ କୌଣସି ଉପାୟ ନପାଇ ମାସୁଦର ମୃତ୍ୟୁ ଖବର ନେଇ ଏକ ଡ୍ରାମା କରିଛି | ଏକ ଷଡଯନ୍ତ୍ର କରି ପ୍ରଥମେ ମାସୁଦ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଖବର ଦେଇଥିଲା ଏବଂ ପରେ ହଠାତ ତାର ମୃତ୍ୟୁ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା |

୩. ପାକିସ୍ତାନ ନିଜେ ମାସୁଦକୁ ହତ୍ୟା କରିଛି – ପୁଲୱାମା ହମଲା ପୂର୍ବରୁ ମାସୁଦ ଭାରତରେ ଅନେକ ବଡ ବଡ ହମଲା କରାଇଛି | ଏହି ସବୁ ହମଲା ପଛରେ ମାସୁଦର ହାତ ଥିବା ଭାରତ ପ୍ରମାଣ ମଧ୍ୟ କରିସାରିଛି | ତଥାପି ପାକିସ୍ତାନ ମାସୁଦକୁ ଶରଣ ଦେଇଛି | ଭାରତ ପାକିସ୍ତାନର ଆତଙ୍କୀ ଚେହେରା ପୁରା ଦୁନିଆକୁ ଦେଖାଇଛି | ପୂର୍ବରୁ ପାକିସ୍ତାନ ଏବଂ ଆଇଏସଆଇ ଆତଙ୍କ ଖେଳାଇବା ପାଇଁ ନିଜେ ମାସୁଦକୁ ବ୍ୟବହାର କରୁଥିଲେ ବୋଲି ଜଣାପଡିଛି | କିନ୍ତୁ ପରେ ମାସୁଦର କାରନାମାର ଖୁଲାସା ହେବ ପରେ ସାଇଡ ମାରିଥିଲା | ପାକିସ୍ତାନ ନିଜେ ହିଁ ମାସୁଦକୁ ହତ୍ୟା କରିଦେଇଥିବା ବୋଲି ମଧ୍ୟ ସନ୍ଦେହ କରାଯାଉଛି |

୪. ଵାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି ମାସୁଦ - ପାକିସ୍ତାନ ସରକାର ସେନା ଏବଂ ଆଇଏସଆଇ ଆଗରେ ଅସହାୟ ହୋଇପଡିଥିବା ଜଣାପଡୁଛି | ଵାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମାସୁଦ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି | କିନ୍ତୁ ପାକିସ୍ତାନ ଏହି ଖବରକୁ ଲୁଚାଇକୁବାକୁ ଚେଷ୍ଟା କରିଛି | ମାସୁଦ ମରିଯାଇଥିବା ପରେ ହିଁ ପାକିସ୍ତାନ ତାର ଅସୁସ୍ଥ ହୋଇଥିବା ଖବର ପ୍ରସାରଣ କରିଥିଲା | ଏହାପରେ ଅଚାନକ ସେ ଚିକିତ୍ସାଧୀନ ଅବସ୍ଥାରେ ମରିଯାଇଥିବା କହିଛି | ଏୟାର ଷ୍ଟ୍ରାଇକରେ ମାସୁଦ ମାରିଥିବା ଖବର ସ୍ପଷ୍ଟ କରିବା ପାକିସ୍ତାନ ପାଇଁ ବଡ ସଙ୍କଟ ସୃଷ୍ଟି କରିଛି | ସେଥିପାଇଁ ମିଛ ଗୁଜବ କରୁଛି ବୋଲି ସନ୍ଦେହ କରାଯାଉଛି |

ଗତକାଲି ମାସୁଦର ମୃତ୍ୟୁ ଖବରକୁ ନେଇ ଆଜି ଯାଏଁ ପାକିସ୍ତାନ କୌଣସି ସ୍ପଷ୍ଟ ସୂଚନା ଜାରି କରିନାହିଁ | ପାକିସ୍ତାନ ଏପର୍ଯ୍ୟନ୍ତ ଚୁପ ଅଛି | ଆତଙ୍କୀ ସଂଗଠନ ଜୈସ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହିଁ | ମାସୁଦକୁ ପାକିସ୍ତାନ ସରକାର କେଉଁଠି ଲୁଚାଇ ରଖିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.