Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିମାନ ଯାତ୍ରା ବେଳେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ସୁରକ୍ଷା ପାଇଁ ପିନ୍ଧନ୍ତୁ

16/11/2022 at 7:17 PM

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ହ୍ରାସ ଘଟୁଛି । ଏବେ ଭାଇରସର ଭୟାବହତା ମଧ୍ୟ କମ ହେବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁଡିକ କରୋନା କଟକଣାକୁ କୋହଳ କରିଛନ୍ତି । ଏହାରି ଭିତରେ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ।

ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନ ଅନୁସାରେ, ଏବେ ଘରୋଇ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ମାସ୍କ ନପିନ୍ଧିଲେ ବି କୌଣସି ପ୍ରକାର ଜରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ପାଇଁ ମାସ୍କ ବାଧ୍ୟତାମୂଳକ ରହିବ।

ମନ୍ତ୍ରାଳୟ ବୁଧବାର କହିଛି, ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, କିନ୍ତୁ କରୋନା ଭାଇରସ ମାମଲା ହ୍ରାସ ପରେ ବି ମାସ୍କ ପିନ୍ଧିବା ଦରକାର । କରୋନାକୁ ନଜରରେ ରଖି ବିମାନ ଯାତ୍ରା ସମୟରେ ମାସ୍କକୁ ବାଧ୍ୟତାମୂଳକ କରିଥିଲେ ସରକାର ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୫୦୧ ନୂଆ ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୬୬,୬୭୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୯୧୮ରୁ ହ୍ରାସ ହୋଇ ୭,୫୬୧ ହୋଇଛି । ଗତ ୨୪ ଘଣ୍ଟାରେ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୩୫୩ ହୋଇଛି।

   Related Posts