ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ <strong>ମଶାଲ ଶୋଭାଯାତ୍ରା; ହେବାକୁ ଥିବା ପେଟ୍ରୋ କେମିକାଲ୍ସ କାରଖାନାକୁ ବିରୋଧ</strong>

Published By : Prameya-News7 Bureau | December 20, 2022 IST

ଜଳେଶ୍ୱର ୨୦/୧୨: ଗାଁ ଲୋକମାନେ ଭିଟାମାଟି ବଞ୍ଚାଅ ଆନ୍ଦୋଳନ କରି ମଶାଲ ଶୋଭାଯାତ୍ରା କରିଛନ୍ତି। ଏପରି ଏକ ପ୍ରତିବାଦମୂଳକ ଘଟଣା ଜଳେଶ୍ୱର ବ୍ଲକରେ ଦେଖିବାକୁ ମିଳିଛି। ଲୋକମାନେ ବିନାଶକାରୀ ବନ୍ଦର ବିନାଶକାରୀ ବନ୍ଦର ଓ ମାରାତ୍ମକ ପେଟ୍ରୋ କେମିକାଲସ ହଟାଅ-ଭିଟାମାଟି ବଞ୍ଚାଅ ନାରାଦେଇ ମଶାଲ ଶୋଭାଯାତ୍ରା କରୁଥିବା ଦେଥିବାକୁ ମିଳିଛି।ବାଲିଆପାଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଏହି ଶୋଭାଯାତ୍ରା ଡଗରା ଗେଟ୍‌ ଠାରୁ କାଳିପଦା ପର୍ଯ୍ୟନ୍ତ‌ କରାଯାଇଛି। ସୂଚନାଥାଉକି, ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅଧୀନରେ ଥିବା ଚଉମୁଖରେ ଟାଟା କମ୍ପାନୀ ପକ୍ଷରୁ ବନ୍ଦର ଓ ପେଟ୍ରୋ କେମିକାଲ୍ସ କାରଖାନା ତିଆରି ହେବାକୁ ଯାଉଛି।

ଏହାକୁ ବାଲିଆପାଳରେ ଥିବା  ଭିଟାମାଟି ସୁରକ୍ଷା କମିଟି ଓ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ବିରୋଧ କରୁଛନ୍ତି। ଏହାସତ୍ତ୍ୱେବି ପ୍ରଶାସନ ଏହି ଅଞ୍ଚଳବାସୀଙ୍କ ଏପରି ସମସ୍ୟାକୁ ଶୁଣୁନାହିଁ। ଫଳରେ ସ୍ଥାନୀୟ ଲୋକମାନେ ମଙ୍ଗଳବାର ସନ୍ଧ୍ୟାବେଳେ ମଶାଲ ଶୋଭାଯାତ୍ରା କରି ଏପରି ପ୍ରତିବାଦ କରିଛନ୍ତି।ଏହି ଶୋଭାଯାତ୍ରାରେ ଶହ ଶହ ଭିଟାମାଟି ସୁରକ୍ଷା କମିଟିର ସଦସ୍ୟ ଏବଂ ଗାଁ ଲୋକମାନେ ଯୋଗଦେଇଥିଲେ। ଶେଷରେ କାଳିପଦାରେ ଟାଟା କମ୍ପାନୀ ଓ ପ୍ରଶାସନ ବିରୋଧରେ ସାମୁହିକ ସଭା   ହୋଇଥିଲା। ମରିବୁ ପଛେ ଇଞ୍ଚେ ଜାଗା ଦେବୁ ନାହିଁ ଏହି ସଭାରେ ସମସ୍ତେ ଶପଥ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.