ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ମାର୍ଚ୍ଚ ଶେଷ ସୁଦ୍ଧା ସାରନା କୋଡ୍ ବିଲ୍ ଅନୁମୋଦନ ଦାବିରେ ମଶାଲ ଶୋଭାଯାତ୍ରା

9/03/2023 at 11:00 PM

ବାରିପଦା ୦୯/୦୩: ସାରନା ଧର୍ମ କୋଡ ବିଲ୍‌କୁ ମାର୍ଚ୍ଚ ଶେଷ ସୁଦ୍ଧା ଅନୁମୋଦନ ଦାବିରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ଗୁରୁବାର ବାରିପଦା ସହରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ। ସେଙ୍ଗେଲ ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ପ୍ରକୃତି ପୂଜକ ଆଦିବାସୀମାନଙ୍କ ସାରନା ଧର୍ମ ବିଲ୍‌କୁ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସରକାର ବିଧାନ ସଭାରେ ପାରିତ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ପାଖକୁ ସାରନାକୁ ମାନ୍ୟତା ଦେବାକୁ ସୁପାରିସ ପାଇଁ ମଧ୍ୟ ପଠାଇଛନ୍ତି। କିନ୍ତୁ ଏବେ ସୁଦ୍ଧା  ରାଜ୍ୟ ସରକାର ସୁପାରିଶ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ନାହାନ୍ତି। ତେଣୁ ବିଧାନସଭାରେ ଖୁବଶୀଘ୍ର ସ୍ୱତନ୍ତ୍ର ବିଲ୍‌ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିସ ପାଇଁ ସରକାର ପଠାନ୍ତୁ ବୋଲି ସେଙ୍ଗେଲ ଅଭିଯାନ ସଭାପତି ତଥା ପୂର୍ବତନ ସାଂସଦ ଦାବି କରିଛି।

ଅନ୍ୟପଟେ ମାର୍ଚ୍ଚ ଶେଷ ସୁଦ୍ଧା ସରକାର ସାରନା ଧର୍ମ କୋଡ ଲାଗୁ ପାଇଁ କେନ୍ଦ୍ରଙ୍କୁ ସୁପାରିସ ନକଲେ ଏପ୍ରିଲ୍‌ ଜୋରଦାର ଆନ୍ଦୋଳନ ସହିତ  ପ୍ରତିବାଦ ହେବ ବୋଲି ଅଭିଯାନ ଚେତାବନୀ ଦେଇଛି। ଏଥିରେ ଓଡ଼ିଶା ସହ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ପ୍ରମୁଖ ୫ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଜୋରଦାର ବିରୋଧ ହେବ ବୋଲି କୁହାଯାଇଛି। ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଗୁରୁବାର ବାରିପଦାର ଷ୍ଟେସନ ବଜାରରୁ ରୋଟାରୀ କ୍ଲବ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ପୂର୍ବତନ ସାଂସଦ ସାଲଖାନ ମୁର୍ମୁ, କେନ୍ଦ୍ରୀୟ ସେଙ୍ଗଲ ସଂଯୋଜକ ସୁମିତ୍ରା ମୁର୍ମୁ, ଯୁବ ଛାତ୍ର ସଂଯୋଜକ ତିଲକା ମୁର୍ମୁ, ବାରିପଦା ଯୋନାଲ କମିଟିର ସଭାପତି ନାରାୟଣ ମୁର୍ମୁ, ଉପସଭାପତି ବାହାଦୁର ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।

   Related Posts