ତେଲ ମାଲିସ୍ରେ ଭଲ ହେ।ଇଯାଉଛି କ୍ୟାନସର ଓ ଡାଇବେଟିସ୍!
21/02/2020 at 7:51 PM

ମାଲାକାନଗିରି୨୧/୨: ତେଲ ମାଲିସରେ ଭଲ ହେ।ଇଯାଉଛି କ୍ୟାନସର ଓ ଡାଇବେଟିସ୍ ଭଳି ଦୂରାରେ।ଗ । ଏମିତି ଦାବି କରିଛନ୍ତି ମାଲକାନାଗିରି ଜିଲ୍ଲାର ପ୍ରତୀକ ବାବା । ଯିଏ ମଶାଣି ବାବା ନାଁରେ ବେଶ୍ ପରିଚିତ । ମଶାଣିରେ ଦେବୀଙ୍କୁ ସାଧନା ପରେ ସେ ଦେବୀଙ୍କ ଆଶୀର୍ବାଦ ପାଇଛନ୍ତି। ଆଉ ଦେବୀଙ୍କ କରୁଣାରୁ ସେ କ୍ୟାନସର, ହାର୍ଟ, କିଡନି, ଟିବି, ପାରାଲିସିସ୍ ଓ ହାଡଭଙ୍ଗା ଠାରୁ ଆରମ୍ଭ କରି ଜ୍ବର ସହ ଭୁତ ଝଡାଇବା ପର୍ଯ୍ୟନ୍ତ ସବୁକିଛି କରି ପାରୁଥିବା କହିଛନ୍ତି ।
ଏଥି ପାଇଁ ସେ ଟଙ୍କାଟିଏ ବି ଡିମାଣ୍ଡ କରନ୍ତିନି । ବାବାଙ୍କ ଉପରେ ସ୍ଥାନୀୟ ଲେ।କଙ୍କର ବି ଅଗାଢ ବିଶ୍ବାସ । ଯାହା ଡାକ୍ତରୀ ବିଦ୍ୟାରେ ସମ୍ଭବ ହେଉନି ତାହା ମଶାଣି ବାବା କରିପାରୁଛନ୍ତି ବେ।ଲି କହିଛନ୍ତି ରେ।ଗୀ। ବାବାଙ୍କ ଏଭଳି କାର୍ଯ୍ୟାଳାପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023