ମୁମ୍ଵାଇ ୧୭।୧୧: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ। ଗତମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରୟଙ୍କ ନାମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ କ୍ଷମା ମାଗିଥିଲେ। ଏହି ଘଟଣା ପରେ ଆଉ ଜଣେ ଅଭିନେତ୍ରୀଙ୍କ ସହ ଘଟିଛି।
wp:html/wp:html
ଅଭିନେତ୍ରୀ ନିନା ଗୁପ୍ତା ତଥା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଓ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜ ଥଟ୍ଟା କରିଛନ୍ତି। ପାକିସ୍ତାନର ଟେଲିଭିଜନ ସୋ’କୁ ଅତିଥି ଭାବେ ଆସିଥିବା ଜଣେ ମହିଳା ଅଭିନେତ୍ରୀ ନିନା ଗୁପ୍ତା ଓ ତାଙ୍କ ପୂର୍ବତନ ସ୍ବାମୀଙ୍କ ମଜାକ ଉଡ଼ାଇ କହିଥିଲେ, ‘ଯିଏ ନିଜକୁ ମଲଇକା-ଏ-ଆଲିଆ ଭାବିଥାଏ ତାଙ୍କୁ ମିଳିଥାଏ ମିଷ୍ଟର କାଲିଆ। ଏହି ଅଭଦ୍ରାମୀ ସାଏରିକୁ ଶୁଣିବା ପରେ ରମିଜ ରାଜା ପରିହାସ କରିଥିଲେ।
wp:html/wp:htmlDear Ramiz Raja ( sir ) grace is a quality few have. My father,mother and I have it in spades. You have none. Sickening to see you laugh on national TV in Pakistan at something the world stopped laughing at about 30 years back.Step into the future. All 3 of us are here with our…
— Masaba (@MasabaG) November 15, 2023
ପ୍ରଶଂସକଙ୍କୁ ରମିଜ ରାଜାଙ୍କ ଏଭଳି କଥାକୁ ଆଦୌ ପସନ୍ଦ ଆସିନାହିଁ। ବାପା ଓ ମା’ଙ୍କୁ ଥଟ୍ଟା କରିବା ଘଟଣାକୁ ନେଇ ଝିଅ ମସାବା ଗୁପ୍ତା ରମିଜ ରାଜାଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ‘ମୋ ବାପା, ମା’ ଓ ମୋ ଭିତରେ ଯେଉଁ ଗୁଣ ଅଛି ତାହାର ୧ ପ୍ରତିଶତ ବି ତୁମ ମଧ୍ୟରେ ନାହିଁ। ଟେଲିଭିଜନରେ ମୋ ମା’ଙ୍କୁ ଓ ରଙ୍ଗଭେଦଭାବକୁ ନେଇ ଥଟ୍ଟା କରିବା ଘଟଣା ତୁମକୁ ମହଙ୍ଗା ପଡ଼ିବ। ମୁଁ ତୁମକୁ ଛାଡ଼ିବି ନାହିଁ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
wp:embed {"url":"https://www.prameyanews7.com/angry-wasim-akram-slams-sikandar-bhakts-claims-of-rohit-sharmas-toss-fixing/","type":"wp-embed","providerNameSlug":"prameya-news-7"}