ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଭଉଣୀଙ୍କ ପରଲୋକ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଭଉଣୀ ମାରିଆନେ ଟ୍ରମ୍ପ ବ୍ୟାରିଙ୍କ ପରଲୋକ। ମୃତ୍ୟୁ ସମୟରେ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତଦେହ ଫିଫ୍ଥ ଆଭେନ୍ୟୁ ଆପାର୍ଟମେଣ୍ଟରୁ ସୋମବାର ଭୋର ୪ଟାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ତର୍ଜାତୀୟ ଗଣାମଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟାରିଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବୋଲି ଡାକ୍ତର ସ୍ପଷ୍ଟୀକରଣ ଦେଇଛନ୍ତି।

୨୦୨୦ରେ ମାରିଆନେ ଓ ତାଙ୍କ ଭାଇଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ମାରିଆନେ ଟ୍ରମ୍ପ ତାଙ୍କ ଭାଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ମିଛୁଆ ବୋଲି କହୁଛନ୍ତି। ଅମାନିଆ ମଣିଷ ବୋଲି କହୁଛନ୍ତି। ଭିଡିଓ ଭାଇରାଲ୍‌ ପରେ ଏହାକୁ ମଜାକ୍‌ ଓ ନିତିଦିନିଆ କଥା କହିଥିଲେ ଡୋନାଲ୍ଡ ଟ୍ରମ୍ପ।

ମାରିଆନେ ବ୍ୟାରି ଜଣେ ଅବସରପ୍ରାପ୍ତ ଜଜ୍ ଥିଲେ । ୧୯୮୩ରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ତାଙ୍କୁ ନ୍ୟୁଜର୍ସି ଜିଲ୍ଲା କୋର୍ଟର ଜଜ୍ ଭାବେ ନିଯୁକ୍ତ କରାଇଥିଲେ। ପରେ ସେ ଫେଡରାଲ ଜଜ୍ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.