ବାର୍ଷିକ ୨୦ ହଜାର ଯାତ୍ରୀବାହୀ ଗାଡ଼ି ବିଦେଶକୁ ରପ୍ତାନୀ କରିବ ମାରୁତୀ ସୁଜୁକି; କାମରାଜର ପୋର୍ଟ ସହ ଚୁକ୍ତି ସ୍ୱାକ୍ଷରିତ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: ବର୍ଷକୁ ୨୦ ହଜାର ଗାଡ଼ି ରପ୍ତାନୀ କରିବ ମାରୁତୀ ସୁଜୁକି କମ୍ପାନୀ। ଏନେଇ ଚେନ୍ନାଇର କାମରାଜର ପୋର୍ଟ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗୁରୁବାର ଏନେଇ ମାରୁତୀ ସୁଜୁକି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

କାମରାଜ ପୋର୍ଟ ଦେଇ ଗାଡ଼ିଗୁଡ଼ିକ ବିଦେଶକୁ ରପ୍ତାନୀ କରାଯିବ। ଆଫ୍ରିକା, ମଧ୍ୟପ୍ରାଚ୍ୟ ଦେଶ, ଲାଟିନ ଆମେରିକା, ଏସିଆନ୍(ଦକ୍ଷିଣପୂର୍ବ ଏସିଆ ଦେଶ), ଓସିନିଆ ଏବଂ ସାର୍କ(ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଦିପୀ, ନେପାଳ,ପାକିସ୍ତାନ ଏବଂ ଶ୍ରୀଲଙ୍କା) ଦେଶଗୁଡ଼ିକୁ ରପ୍ତାନୀ କରାଯିବ। ଏହି ପୋର୍ଟରୁ କମ୍ପାନୀ ବାର୍ଷିକ ୨୦ ହଜାର ଯାତ୍ରୀବାହୀ ଗାଡ଼ି ବିଦେଶକୁ ରପ୍ତାନୀ କରିବ ବୋଲି କମ୍ପାନୀ ଘୋଷଣା କରିଛି।

ତାମିଲନାଡୁରେ ଥିବା ଏହି କାମରାଜର ପୋର୍ଟରେ ଦେଶରେ ଚତୁର୍ଥ ପୋର୍ଟ ଯେଉଁଠାରେ ଭାରତ ନିର୍ମିତ ଗାଡ଼ି ବିଦେଶ ରପ୍ତାନୀ ହୋଇଥା। ଏହି ପୋର୍ଟକୁ ବ୍ୟତୀତ ମୁମ୍ବାଇ, ମୁନ୍ଦ୍ରା ଏବଂ ପିପଭଭ ପୋର୍ଟରେ ମଧ୍ୟ ଗାଡ଼ିକୁ ବିଦେଶ ରପ୍ତାନୀ କରାଯାଇଥାଏ।

ଗାଡି ରପ୍ତାନୀ ପୋର୍ଟ ଓ କାର୍‌ ନିର୍ମାତା କମ୍ପାନୀ ମଧ୍ୟରେ ଡିସେମ୍ବର ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ୫ ବର୍ଷ ପାଇଁ ଏହି ଚୁକ୍ତି ହୋଇଛି। ଅଟୋମାବାଇଲ ରପ୍ତାନୀ ବ୍ୟବସାୟୀ ପାଇଁ କାମରାଜର ବନ୍ଦର ପକ୍ଷରୁ ଏକ କାର୍ଗୋ ବର୍ଥ ନିର୍ମାଣ କରାଯାଇଛି।

ଏନେଇ କମ୍ପାନୀ ଏମ୍‌ଡି ତଥା ସିଇଓ ହିସାଶି ତାକେଉଚି କହିଛନ୍ତ ଯେ କମ୍ପାନୀ ମେକ୍‌ ଇନ୍‌ ଇଣ୍ଡିଆର ଅଭିଯାନକୁ ପ୍ରୋତ୍ସାହନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛି। ବିଶ୍ୱଗ୍ରାହକଙ୍କୁ ଭରସାଯୋଗ୍ୟ ଓ ଅଧୁନିକ ଟେକ୍ନିକ ସମ୍ପନ କାର୍‌ ଯୋଗାଇ ଦେବା ଆମର ଯେଉଁ ପ୍ରତିଶ୍ରୁତି ଥିଲା ତାହା ପୂରା କରୁଛୁ। କାମରାଜର ପୋର୍ଟ ଦ୍ୱାରା କାର ରପ୍ତାନୀ କଲେ ମୁମ୍ବାଇ, ମୁଦ୍ରା ଓପିପଭଭ ପୋର୍ଟରୁ ଯେଉଁ ଭିଡ଼ ହେଉଥିଲା ସେଥିରୁ କିଛି ମାତ୍ରାରେ ମୁକ୍ତି ମିଳିବ। ହେତେବେ ଏହି ୩ ବନ୍ଦରରୁ କମ୍ପାନୀ ପୂର୍ବପରି ଗାଡ଼ି ରପ୍ତାନୀ କରିବ ବୋଲି ସିଇଓ କହିଛନ୍ତି।   

ସୂଚନା ଥାଉକି କାମରାଜର ପୋର୍ଟର ଗାଡ଼ି ରଖିବାର କ୍ଷମତା ୧୪ ହଜାର ରହିଛି। ତେବେ ରପ୍ତାନୀ ପୂର୍ବରୁ କାର୍‌ଗୁଡ଼ିକ ଭଲଭାବରେ ଚେକ୍ କରାଯିବ। ୧୯୮୬ ମସିହାରୁ କାର୍‌ ରପ୍ତାନୀ କରିଆସୁଥିବା ମାରୁତୀ ସୁଜୁକି ୨୦୨୨ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟାକ କାର୍ ବିକ୍ରି କରିଛି। ୧୦୦ଟି ଦେଶରେ ୨.୩୮ ଲକ୍ଷ କାର୍ ରପ୍ତାନୀ କରିଛି କମ୍ପାନୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.