ଗୁରଗ୍ରାମ ପ୍ଲାଣ୍ଟରୁ ହଟିବ ମାରୁତି,ହରିୟାଣାରେ ସ୍ଥାପନ କରିବ ନୂଆ କାରଖାନା

Published By : Prameya-News7 Bureau | August 13, 2020 IST

ଗୁରୁଗ୍ରାମ : ଦେଶର ସର୍ବ ବୃହତ୍ତ କାର ନିର୍ମାତା ମାରୁତି ସୁଜୁକି ତାଙ୍କ ଫ୍ୟାସେଲିଟିକୁ ଗୁରୁଗ୍ରାମରୁ ବାହାରକୁ ନେବା ଲାଗି ବିଚାର କରୁଛନ୍ତି। ମାରୁତୀଙ୍କ ନିଷ୍ପତ୍ତି ଜାଣିବା ପରେ ହରିୟାଣା ସରକାର ୩ଟି ସ୍ଥାନରେ କାରଖାନା ଲାଗି ପ୍ରସ୍ତାବ ଦେଇଛନ୍ତି। ହୁଏତ ଏଥିରୁ କୌଣସିଠାରେ ମାରୁତି ତାଙ୍କର ନୂଆ ଫ୍ୟାକ୍ଟ୍ରି ସ୍ଥାପନା କରିପାରନ୍ତି ବୋଲି ଆକଳନ କରାଯାଉଛି।

{"id":313993,"sizeSlug":"large"}

ହରିୟାଣା ସରକାର ମାରୁତିକୁ ଯେଉଁ ୩ଟି ସ୍ଥାନ ସୁପାରିଶ କରିଛନ୍ତି ଏଥିରୁ ଗୋଟିଏ ମାନସେର ହୋଇଥିବା ବେଳେ ଏଠାରେ ପୂର୍ବରୁ କମ୍ପାନୀର ମୁଖ୍ୟ କାରଖାନା ରହିଛି। ତେବେ ସରକାର କରିଥିବା ଅନ୍ୟ ୨ଟି ସୁପାରଶିରେ ସୋହନା ଓ ସୋନିପତର ଖରଖୋଦା ରହିଛି। ଏହା ପୂର୍ବରୁ ମାରୁତି ଅନ୍ୟ ରାଜ୍ୟରେ କାରଖାନା ଲାଗି ଜମି ଖୋଜୁଥିବାର ଶୁଣାଯାଉଥିଲା। ତେବେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ମୁଖ୍ୟ ଆର.ସି.ଭାର୍ଗବ ଏଭଳି ଖବରକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ମାରୁତିର ନୂଆ କାରଖାନା ହରିୟାଣାରେ ସ୍ଥାପନ କରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି।

{"id":313994,"sizeSlug":"large"}

ପୁରୁଣାଦିଲ୍ଲୀ-ଗୁରୁଗ୍ରାମ ରୋଡରେ ଥିବା ମାରୁତି ପ୍ଲାଣ୍ଟଟି ସେଠାରେ ୩୯ ବର୍ଷ ହେଲା କାର୍ଯ୍ୟ କରିଆସୁଛି। କମ୍ପାନୀର ଏହା ପ୍ରଥମ ଫ୍ୟାସେଲିଟି ଥିଲା। ଏହି ପ୍ଲାଣ୍ଟଟି  ବାର୍ଷିକ ୭ ଲକ୍ଷ କାର ଉତ୍ପାଦନ ଲାଗି ସକ୍ଷମ।  ତେବେ ଗତ କିଛି ବର୍ଷରେ ଗୁରଗ୍ରାମ ଏକ ମେଗାସିଟିରେ ରୂପାନ୍ତରିତ ହୋଇଥିବା ବେଳେ କମ୍ପାନୀ ୩୦୦ ଏକର ଜମିରେ ଏବେ ରୁନ୍ଧି ହୋଇଯାଇଛି। ଏଣୁ କାରଖାନାର ସମ୍ପ୍ରସାରଣ ଲାଗି ମାରୁତି ଗତବର୍ଷରୁ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

{"id":313995,"sizeSlug":"large"}

କମ୍ପାନୀ କାରଖାନା ଲାଗି ୭୦୦ରୁ ୧ହଜାର ଏକର ଜମି ଆବଶ୍ୟକ କରୁଛନ୍ତି। ଏ ନେଇ ରାଜ୍ୟସରକାରଙ୍କୁ ମଧ୍ୟ ଜଣାଇଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ୩ ଟି ସ୍ଥାନ ପ୍ରସ୍ତାବ କରିଛନ୍ତି। ଏଥିରୁ ଯେ କୌଣସି ସ୍ଥାନରେ ମାରୁତି ଚାହିଁଲେ ଜମି ଯୋଗାଇ ଦିଆଯିବ ବୋଲି ହରିୟାମା ଉପମୁଖ୍ୟମନ୍ତ୍ରୀ ତଥା ଉଦ୍ୟୋଗ ବିଭାଗ ମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା କହିଛନ୍ତି। ତେବେ କେଉଁଠି ମାରୁତି ତାର ଫ୍ୟାକ୍ଟ୍ରି କରିବ ତାହର ସେପ୍ରଥମେ ନିଷ୍ପତ୍ତି ନେଉ ବୋଲି ଚୌତାଲା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.