ଆକର୍ଷଣୀୟ ଲୁକ୍ ଏବଂ ଦମଦାର ଇଞ୍ଜିନ ସହ ଲଞ୍ଚ ହେଲା Maruti Invicto, କମ୍ପାନୀର ସବୁଠୁ ଦାମୀ କାର୍
5/07/2023 at 7:49 PM

ନୂଆଦିଲ୍ଲୀ, ୦୫/୦୭: ଦେଶର ଏକ ବଡ଼ କାର୍ ନିର୍ମାତା କମ୍ପାନି ମାରୁତି ସୁଜୁକି ଏହାର ବଜେଟ୍ କାର୍ ପାଇଁ ବେଶ୍ ପରିଚିତ। ବିଭିନ୍ନ ସେଗମେଣ୍ଟରେ ବଜେଟ୍ କାର୍ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଛି କମ୍ପାନି। ତେବେ କମ୍ପାନି ବର୍ତ୍ତମାନ ପ୍ରମିୟମ ସେଗମେଣ୍ଟ ଆଡକୁ ଧ୍ୟାନ ଦେଉଛି। ଆଉ ଏହିକ୍ରମରେ କମ୍ପାନି ପ୍ରଥମ ଦାମୀ କାର୍ ଲଞ୍ଚ କରିଛି।
ଆକର୍ଷକ ଲୁକ୍ ଏବଂ ଦମଦାର ଇଞ୍ଜିନ ସହ ଲଞ୍ଚ ହେଲା ମାରୁତି ସୁଜୁକି Invicto। ଏମପିଭି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଏହି କାର୍ ର ପ୍ରାରମ୍ଭିକ ମୂଲ୍ୟ ୨୪.୭୯ ଲକ୍ଷ ଟଙ୍କା (ଏକ୍ସ ଶୋରୁମ) ରହିଥିବା ବେଳେ ଟପ୍ ଭାରିଆଣ୍ଟର ମୂଲ୍ୟ ୨୮.୪୨ (ଏକ୍ସ ଶୋରୁମ) ଲକ୍ଷ ପର୍ଯ୍ୟନ୍ତ ରହିଛି। ନିକଟରେ କମ୍ପାନି ଏହାର ପ୍ରିବୁକିଂ ମଧ୍ୟ ଆରମ୍ଭ କରିଥିଲା।
ଆହୁରି ପଢ଼ନ୍ତୁ: ଜବରଦସ୍ତ ବାଇକ୍ ଟ୍ରାୟମ୍ପ ସ୍ପିଡ୍ ୪୦୦ ଓ ଟ୍ରାୟମ ସ୍କ୍ରାମ୍ବଲର ୪୦୦ ଲଞ୍ଚ୍, ଆକର୍ଷଣୀୟ ଲୁକ୍ ସହ ସୁହାଇଲା ଭଳି ମୂଲ୍ୟ
ଏଭଳି ରହିଛି ଫିଚର:
Maruti Invictoରେ ରହିଛି ୨.୦ ଲିଟରର କ୍ଷମତା ବିଶିଷ୍ଟ ହାଇବ୍ରିଡ୍ ଇଞ୍ଜିନ। ଯାହାକି ୧୭୨ ବିଏଚପି ପାଓ୍ବାର ଏବଂ ୧୮୮ ଏନଏମ ଟର୍କ ଜେନେରେଟ କରିଥାଏ। କାର୍କୁ ୭ ସିଟ୍ ଏବଂ ୬ ସିଟ୍ ବିଶିଷ୍ଟ ଲେଆଉଟରେ ଲଞ୍ଚ କରାଯାଇଛି। ତେବେ କମ୍ପାନି ଏହାକୁ କେବଳ ଗୋଟିଏ ଇଞ୍ଜିନ ବିକଳ୍ପ ସହ ଲଞ୍ଚ କରିଛି। ହାଇବ୍ରିଡ୍ କାର୍ ହୋଇଥିବାରୁ ଏଥିରେ ଏକ ଇଲେକ୍ଟ୍ରିକ୍ ମୋଟର ମଧ୍ୟ ଦିଆଯାଇଛି ଯାହା କାରକୁ ଅତିରିକ୍ତ ପାଓ୍ବାର ଆଉଟପୁଟ ଯୋଗାଇଥାଏ। ସେହିଭଳି କାର୍ରେ ୧୦.୧ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେମେଣ୍ଟ ସିଷ୍ଟମ ରହିଛି। ଏହା ବ୍ୟତୀତ ୬ ଏୟାରବ୍ୟାଗ୍, ଏବିଏସ, ଟିପିଏମଏସ ଭଳି ଅନେକ ଫିଚର୍ସ ରହିଛି। ୧୭ ଇଞ୍ଚର ଡାଇମଣ୍ଡ କଟ୍ ଆଲଏ ହ୍ବିଲ୍ ଇତ୍ୟାଦି ଦେଖିବାକୁ ମିଳିବ।
ଏଭଳି ରହିଛି ମାଇଲେଜ୍:
କାର୍ରେ ସମୁଦାୟ ୫୨ ଲିଟରର ଫୁଏଲ ଟ୍ୟାଙ୍କ ରହିଛି ଦିଆଯାଇଛି। କମ୍ପାନି ଅନୁଯାୟୀ, ଏହି ହାଇବ୍ରିଡ୍ କାର୍ ୩୨.୨୪ କିମି ପ୍ରତିଲିଟର ପର୍ଯ୍ୟନ୍ତ ମାଇଲେଜ ଦେବାରେ ସକ୍ଷମ। ଏକ ବଡ଼ ଏମପିଭି ଭାବରେ ମାଇଲେଜରେ ଏହା ବେଶ ଆକର୍ଷଣୀୟ। ଏହା ସହ କାର୍ର ପଛ ଚକାରେ ଡିସ୍କ ବ୍ରେକ୍, ଫ୍ରଣ୍ଟରେ ସ୍ପିଲଟ କ୍ରୋମ ଗ୍ରିଲ ଏବଂ ସ୍ଲିକ୍ ଏଲଇଡି ହେଡଲ୍ୟାମ୍ପ ସହ ଡେ ଟାଇମ ରନିଂ ଲାଇଟ, ୩୬୦ ଡିଗ୍ରୀ କ୍ୟାମେରା, ଡିଜିଟାଲ ଇଷ୍ଟୁମେଣ୍ଟ କ୍ଲଷ୍ଟର, ପ୍ୟାଡେଲ ସିଫ୍ଟର, ଭେଣ୍ଟିଲେଟେଡ ଫ୍ରଣ୍ଟ ସି୍, ପାଓ୍ବାର ଫ୍ରଣ୍ଯ ସିଟ୍, ଆମ୍ବିଏଣ୍ଟ ଲାଇଟିଂ, ପାଓ୍ବାର୍ଡ ଟେଲଗେଟ, ପାନାରୋମିକ ସନରୁଫ୍ ଭଳି ଅନେକ ଫିଚର୍ସ ମଧ୍ୟ ରହିଛି। ଏହା କମ୍ପାନିର ପ୍ରଥମ କାର ଯେଉଁଥିରେ ମାରୁତି ଇଲେକ୍ଟ୍ରୋନିକ ପାର୍କିଂ ବ୍ରେକ୍ ସୁବିଧା ଦେଇଛି।