oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିଛି ନିର୍ଦ୍ଦିଷ୍ଟ ମାରୁତି କାର ଉପରେ ଜବରଦସ୍ତ ଡିସକାଉଣ୍ଟ, ଘରକୁ ଆଣିବାକୁ ଏହା ବୋଧହୁଏ ବଡ ସୁଯୋଗ

8/12/2020 at 3:35 PM

ନୂଆଦିଲ୍ଲୀ ୦୮/୧୨:  ଭାରତର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ନିଜର ପପୁଲାର ଗାଡି ଉପରେ ଆକର୍ଷମୀୟ ଅଫର୍ ପ୍ରଦାନ କରିଛି । ଏହା ଗ୍ରାହକଙ୍କୁ ଅଧିକ ଆକୃଷ୍ଟ ମଧ୍ୟ କରିଛି । ଆପଣ ଯଦି ଚଳିତ ମାସରେ ମାରୁତି ସୁଜୁକି ଅଲଟୋ, ସ୍ୱିଫ୍ଟ, ବ୍ରିଜା, ସେଲେରିଓ, ଇକୋ ଓ ଏସ-ରେସୋ ସମେତ ଅନ୍ୟ କାର୍ କିଣିବାକୁ ଚାହାଁନ୍ତି ତାହେଲେ ଅଫରର ଲାଭ ଉଠାଇପାରିବେ ।

ମାରୁତି ସୁଜୁକି ଅଲଟୋ-୮୦୦ ଉପରେ ୩୭୦୦୦ ଟଙ୍କା ଯାଏଁ ରିହାତି ମିଳୁଛି । ଏହା ମଧ୍ୟରୁ ୧୫୦୦୦ ଟଙ୍କା ଡିସକାଉଣ୍ଟ ଥିବା ବେଳେ ୧୫ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ ଓ ୭ ହଜାର ଟଙ୍କା ହେଉଛି କର୍ପୋରେଟ୍ ଅପିର ।

ଏତତ୍ ବ୍ୟତୀତ ଓ୍ୱାଗନର ଏମଟି ଭାରିଏଣ୍ଟ ଉପରେ ୩୦ ହଜାର ଟଙ୍କା ରହାତି ମିଳୁଛି । ୮୦୦୦ ଟଙ୍କା କ୍ୟାସ୍ ଡିସକାଉଣ୍ଟ ଥିବା ବେଳେ ୧୫ ହଜାର ଟଙ୍କା ହେଉଛି ଏକ୍ସଚେଞ୍ଜ ବୋନସ ଓ  ୭ ହଜାର ଟଙ୍କା କର୍ପୋରେଟ୍ ଡିସକାଉଣ୍ଟ ଭାବେ ମିଳିବ । ସ୍ୱିଫ୍ଟ ପେଟ୍ରୋଲ ଉପରେ ୩୭୦୦୦ ଟଙ୍କା ଓ ଡିଜାୟାରର ପେଟ୍ରୋଲ ଭାରିଆଣ୍ଟ ଉପରେ ୩୫୦୦୦ ଟଙ୍କା ରିହାତି ଦେଉଛି କମ୍ପାନୀ ।

ଆହୁରି ମଧ୍ୟ ବ୍ରିଜା ଉପରେ ୪୧୦୦୦ ଟଙ୍କା, ମାରୁଡି ସୁଜୁକିର ଡିଜାୟାର ସିଏନଜି ଭାରିଏଣ୍ଟ ଉପରେ ୫୪ ହଜାର ଟଙ୍କା ରିହାତି ମିଳୁଛି । ସେଲେରିଓ ଉପରେ ୫୨୦୦୦ ଟଙ୍କାର ରିହାତି କମ୍ପାନୀ ପ୍ରଦାନ କରୁଛି ।

ସୂଚନାଯୋଗ୍ୟ, କମ୍ପାନୀ ଗତ ନଭେମ୍ବରରେ ୧,୨୫,୭୭୫ଟି କାର୍ ବିକ୍ରି କରିଛି । ଯାହା ଅନ୍ୟ କମ୍ପାନୀ ତୁଳନାରେ ଢେର୍ ଅଧିକ । କାର୍ ମାର୍କେଟରେ ମାରୁତି ସୁଜୁକିର ସେୟାର ହେଉଛି ୪୭.୪୦ ପ୍ରତିଶତ ।  

   Related Posts