ଜାମ୍ମୁକାଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ; ଆଜି ଜନ୍ମମାଟି ବେଗୁନିଆ ଅଠରାଙ୍ଗ ଗାଁରେ ପହଞ୍ଚିବ ମରଶରୀର

Published By : Prameya-News7 Bureau | January 27, 2019 IST

ଖୋର୍ଦ୍ଧା ୨୭|୧: ଗତକାଲି ସାଧାରଣତନ୍ତ୍ର ଦିବସରେ ସୀମାରେ ପ୍ରାଣବଳୀ ଦେଇଛନ୍ତି ଜଣେ ଓଡ଼ିଆ ଯବାନ । ୪୬ ରାଷ୍ଟ୍ରୀୟ ରାଇଫଲରେ କାମ କରୁଥିବା ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କର ମୃତ୍ୟୁ ଘଟିଛି। ହେମନ୍ତଙ୍କ ଘର ଖୋର୍ଦ୍ଧା ବେଗୁନିଆ ଅଠରାଙ୍ଗ ଗାଁରେ । ଜାମ୍ମୁକାଶ୍ମୀର ବାରାମୂଲାରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା । ବାପା ମାଙ୍କର ଏକମାତ୍ର ପୁଅ ଥିଲେ ହେମନ୍ତ । ତାଙ୍କ ପିତା ମଧ୍ୟ ସୁବେଦାର ମେଜର ଭାବେ ସେନାରୁ ଅବସର ନେଇଛନ୍ତି । ତାଙ୍କ ମରଶରୀର ଗାଁରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.