'ଆଜି ବି ପୁରା ଭାରତ ମୋତେ ଘୃଣା କରୁଛି', ୪ବର୍ଷ ପରେ ଧୋନିଙ୍କ ରନ୍ଆଉଟ୍‌ ନେଇ ମୁହଁ ଖୋଲିଲେ ଗୁପ୍ଟିଲ୍‌

Published By : Prameya-News7 Bureau | November 28, 2023 IST

ମୁମ୍ବାଇ ୨୮।୧୧ : ୪ ବର୍ଷ ପରେ ମୁହଁ ଖୋଲିଲେ ମାର୍ଟିନ ଗୁପ୍‌ଟିଲ୍‌ । ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ରନ୍‌ଆଉଟ୍‌ ନେଇ ମୁହଁ ଖୋଲିଛନ୍ତି ମାର୍ଟିନ ଗୁପ୍‌ଟିଲ୍‌ । ଧୋନିଙ୍କ ରନ୍‌ଆଉଟ୍‌ ଲାଗି ଆଜି ଯାଏଁ ମୁଁ ପରିଣାମ ଭୋଗୁଛି ।

wp:embed {"url":"https://www.prameyanews7.com/pakistan-may-be-not-hosting-the-icc-champions-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-may-be-not-hosting-the-icc-champions-trophy/
/wp:embed

ଖବର ଅନୁଯାୟୀ, ୨୦୧୯ ବିଶ୍ୱକପ୍‌ର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ମୁକାବିଲା ଖେଳାଯାଉଥିଲା । ଏହି ମ୍ୟାଚ୍‌ରେ ଗୁପ୍‌ଟିଲ୍‌ଙ୍କ ଏକ ଥ୍ରୋରେ ମହେନ୍ଦ୍ର ସିଂହ ଧୋନି ରନ୍‌ଆଉଟ୍‌ ହୋଇଥିଲେ । ଆଉ ଭାଙ୍ଗି ଚୁର୍‌ମାର୍‌ ହୋଇଥିଲା । ତେବେ ଦୀର୍ଘ ୪ ବର୍ଷ ପରେ ସେହି ରନ୍‌ଆଉଟ୍‌ ନେଇ ମୁହଁ ଖୋଲିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟର ମାର୍ଟିନ୍‌ ଗୁପ୍‌ଟିଲ୍‌ । ସେ କହିଛନ୍ତି ଯେ, ଧୋନିଙ୍କ ରନ୍‌ଆଉଟ୍‌ ଲାଗି ଯାଏଁ ମୋତେ ଘୃଣା କରୁଛନ୍ତି। ଏପିରିକି ଆଜି ଯାଏଁ ମୋତେ ଧମକପୂର୍ଣ୍ଣ ଇମେଲ୍‌ ଆସୁଛି ।

wp:embed {"url":"https://www.prameyanews7.com/ms-dhoni-statment-on-his-retirement/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ms-dhoni-statment-on-his-retirement/
/wp:embed

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ରେ ସେମି ମୁକାବିଲାରେ ମୁଁ ଫିଲ୍ଡିଂ କରୁଥିବା ବେଳେ ମୋ ପାଖକୁ ଆସିଥିଲା ବଲ୍‌ । ମୁଁ କେଉଁ ପଟକୁ ଥ୍ରୋ ମାରିବା ପାଇଁ କିଛି ନଭାବି କିପର ସାଇଟ୍‌କୁ ମାରିଥିଲି । ଆଉ ଏହି ଥ୍ରୋ କିପର ହାତକୁ ଯିବା ପରିବର୍ତ୍ତେ ସିଧା ଓ୍ୱିକେଟ୍‌ରେ ବାଜିଥିଲା । ଆଉ ଧୋନି ରନ୍‌ଆଉଟ୍‌ ହୋଇଥିଲା । ଶେଷରେ ଆମ ଟିମ୍‌ ସେମି ମୁକାବିଲା ବିଜୟୀ ହୋଇ ଫାଇନାଲରେ ଏଣ୍ଟ୍ରି କରିଥିଲା ।

wp:embed {"url":"https://www.prameyanews7.com/team-india-win-first-semi-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-win-first-semi-in-world-cup-2023/
/wp:embed

ସୂଚନାଯୋଗ୍ୟ ଯେ, ୨୦୧୯ ବିଶ୍ୱକପ୍‌ ସେମିମୁକାବିଲାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଥିଲା । ଏଥିରେ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମ ବ୍ୟାଟିଂ କରି ୨୩୯ ରନ୍‌ କରିଥିଲା । ଆଉ ଭାରତୀୟ ଟିମ୍ ୨୨୧ ରନ୍‌ କରିବାକୁ ହିଁ ସମର୍ଥ ହୋଇଥିଲା । ଶେଷରେ ଭାରତୀୟ ଟିମ୍‌ ସେମିରେ ପରାସ୍ତ ହୋଇଥିଲା । ତେବେ ମ୍ୟାଚ୍‌ରେ ଟର୍ଣ୍ଣିଂ ପଏଣ୍ଟ ଥିଲା ଧୋନିଙ୍କ ରନ୍‌ ଆଉଟ୍‌ । ଶେଷରେ ନ୍ୟୁଜିଲାଣ୍ଡ ଟିମ୍‌କୁ ଫାଇନାଲ ମୁକାବିଲାରେ ପରାସ୍ତ କରି ଇଂଲଣ୍ଡ ଟିମ୍‌ ଚାମ୍ପିଆନ୍‌ ହୋଇଥିଲା । ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ରେ ତାଜ୍‌ ପିନ୍ଧିଥିଲା ଇଂଲଣ୍ଡ ଟିମ୍‌ ।

wp:embed {"url":"https://www.prameyanews7.com/animal-going-to-make-superstar-bobby-deol/","type":"wp-embed","providerNameSlug":"prameya-news-7"}
https://www.prameyanews7.com/animal-going-to-make-superstar-bobby-deol/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.