scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୃଷ ରାଶିରେ ପ୍ରବେଶ କଲେ ମଙ୍ଗଳ : ଜାଣନ୍ତୁ କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ

22/02/2021 at 3:36 PM

ଭୁବନେଶ୍ୱର ୨୨/୦୨ : ଫେବୃଆରୀ ୨୨ ଅର୍ଥାତ୍  ଆଜି ମଙ୍ଗଳ ଗ୍ରହର ବର୍ଷର ପ୍ରଥମ ରାଶି ପରିବର୍ତ୍ତନ ହୋଇଛି ।  ମଙ୍ଗଳ ଗ୍ରହ ସକାଳ ୫ଟା ୦୨ ମିନିଟରେ  ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିଛନ୍ତି । ବୃଷ ରାଶିରେ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ରହିବେ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ମେଷ ଏବଂ ବିଛା ରାଶିର ସ୍ୱାମୀ ମଙ୍ଗଳ ଜାତକରେ ସାହସ ଏବଂ ଆତ୍ମବିଶ୍ୱାସ ଜାଗ୍ରତ କରିଥାଏ । ଏଥି ସହିତ ଯଦି କୁଣ୍ଡଳୀରେ ମଙ୍ଗଳ ଶୁଭ ସ୍ଥାନରେ ରୁହନ୍ତି, ତେବେ ତାହା ଆପଣଙ୍କୁ ରାଜ ଯୋଗ ଦେଇଥାଏ । ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନସମସ୍ତ ୧୨ ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ ।  ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଜୀବନରେ କ’ଣ ପ୍ରଭାବ ରହିବ –

ମେଷ – ମଙ୍ଗଳର ରାଶି ପରିବର୍ତ୍ତନ ଆପଣଙ୍କ କ୍ୟାରିୟର ଅଭିବୃଦ୍ଧି ପାଇଁ ଶୁଭ ହେବ । ଏହି ସମୟରେ ପ୍ରତ୍ୟେକ କାମକୁ ଶୀଘ୍ର କରିବାକୁ ଚାହିଁବେ । ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବେ । ପ୍ରଫେସନାଲ ଲାଇଫ୍ ରେ ନୂତନ ଉପାୟ ଅନୁସନ୍ଧାନ ଆରମ୍ଭ କରିବେ ।

ବୃଷ- ଏହି ସମୟ ମଧ୍ୟରେ ଆପଣ ନିଜର କାର୍ଯ୍ୟରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ । ବିବାହିତ ଲୋକମାନେ ନିଜର ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ସ୍ୱପ୍ନକୁ ପୂରଣ କରିବା ପାଇଁ ଖୁବ୍ ଚେଷ୍ଟା କରିବେ ।

 ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ମଙ୍ଗଳ ଗ୍ରହର ପରିବର୍ତ୍ତନ ହେତୁ ଶକ୍ତିରେ ଭରପୁର ରହିବେ । ଏକାଥରକେ ଆପଣ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହେବେ, କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରିବେ ନାହିଁ । ଯାତ୍ରା ଯୋଗ ହୋଇପାରେ ।

କର୍କଟ – ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଦ୍ୱାରା ଆପଣ ମିଶ୍ରିତ ଫଳାଫଳ ପାଇବେ । ଏହି ସମୟ ମଧ୍ୟରେ ଆପଣ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସହିତ ଭାବପ୍ରବଣ ହେବେ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗମନାଗମନ ଅତ୍ୟନ୍ତ ଶୁଭ ହେବ । ଆର୍ଥିକ ସ୍ଥିତି ଦୃଢ ହୋଇପାରେ । ଅର୍ଥ ସମ୍ବନ୍ଧୀୟ ବ୍ୟବସାୟରେ ମଧ୍ୟ ସଫଳ ହେବେ । ଭ୍ରମଣ ଯୋଗ ରହିଛି ।

କନ୍ୟା – ଗ୍ରହର ପରିବର୍ତ୍ତନ ହେତୁ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଠିକ୍ ଭାବରେ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ ।

ତୁଳା- ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ସୁଖ ଏବଂ ଶାନ୍ତି ପ୍ରାପ୍ତି ହେବ । ଖର୍ଚ୍ଚ ବଢିବାର ସମ୍ଭାବନା ରହିବ । ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହିବେ । ବିବାଦରୁ ଦୂରରେ ରହିବେ ।

ବିଛା- ବିଛା ରାଶିର ବ୍ୟକ୍ତି ବିଶେଷମାନେ ନିଜର ଇଚ୍ଛା ପୂରଣ କରିବେ । ପ୍ରତ୍ୟେକ ଜିନିଷ ଜାଣିବାକୁ ଚେଷ୍ଟା କରିବେ । ନିଜର ବ୍ୟକ୍ତିତ୍ୱ ଚମତ୍କାର ହେବା ସହିତ ଚିନ୍ତାଧାରା ଏବଂ ଜ୍ଞାନ ସ୍ପଷ୍ଟ ହେବ ।

ଧନୁ –ଏହି ସମୟରେ ଆପଣ ନୂତନ ବନ୍ଧୁ ସୃଷ୍ଟି କରିବେ । ବନ୍ଧୁମାନଙ୍କ ସହିତ କୌଣସି ଯାତ୍ରାକୁ ଯାଇପାରନ୍ତି । ନିଜର କ୍ରୋଧକୁ ନିୟନ୍ତ୍ରଣ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ ।

ମକର – ଏହି ସମୟ ମଧ୍ୟରେ ଆପଣ ବିନମ୍ର ହେବେ । ଯାହା ଦ୍ୱାରା ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ଲକ୍ଷ୍ୟ ହାସଲ କରିବାକୁ କଠିନ ପରିଶ୍ରମ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

କୁମ୍ଭ – ଆପଣ ପ୍ରଗତିଶୀଳ ହେବେ । ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବେ । ବିତର୍କରୁ ଦୂରେଇ ରହିବେ । କାର୍ଯ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି ।

ମୀନ – ନିଜର ପ୍ରିୟଜନ ଏବଂ ବନ୍ଧୁମାନଙ୍କ ପ୍ରତି ସହାୟକ ହେବେ । ଧୈର୍ଯ୍ୟ ସହିତ କାର୍ଯ୍ୟ କରି ସଫଳତା ହାସଲ କରିବେ । କଳା ଏବଂ ସଙ୍ଗୀତ ପ୍ରତି ମନ ବଳାଇବ । କ୍ରୋଧକୁ ନିୟନ୍ତ୍ରଣ କରିବେ ।

   Related Posts